www.samajalive.in
Sunday, December 7, 2025
13.1 C
Bhubaneswar

ତିନୋଟି ରିୟର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’

ନୂଆଦିଲ୍ଲୀ : ମଙ୍ଗଳବାର ଭାରତୀୟ ବଜାରକୁ ଆସିଛି ସାମସଙ୍ଗର ତିନୋଟି ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ। ଯାହାର ନାମ ‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’। ଭାରତ ପୂର୍ବରୁ ଏହି ଫୋନକୁ ଦକ୍ଷିଣ କୋରିଆରେ ଲଞ୍ଚ କରାଯାଇଥିଲା। ‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ରହିଛି ଏବଂ ଏହି ଫୋନର ପାୱାର ବଟନରେ ଟିପଚିହ୍ନ ସେନସର ଦିଆଯାଇଛି। ‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’ ବ୍ୟତୀତ ‘ସାମସଙ୍ଗ ଗାଲାକ୍ସି ଜେ-୪ ପ୍ଲସ’ ଏବଂ ‘ଗାଲାକ୍ସି ଜେ-୬ ପ୍ଲସ’ ମଧ୍ୟ ଆଜି ଭାରତରେ ଲଞ୍ଚ ହେବ। କହିରଖୁଛୁ ଏହାମଧ୍ୟରୁ ‘ଗାଲାକ୍ସି ଜେ-୬ ପ୍ଲସ’ ଏବଂ ‘ଗାଲାକ୍ସି ଏ-୭ ୨୦୧୮’ର ପାୱାର ବଟନରେ ଟପଚିହ୍ନ ସେନସର ଦିଆଯାଇଛି।
‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’ର ବିଶେଷ୍ୱତ
‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’ରେ ଡୁଆଲ ସିମ, ଆଣ୍ଡ୍ରଏଡ ଓରିୟୋ ୮.୦ ଏବଂ ୬ ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮.୫:୯ ରହିଛି। ଏହାବ୍ୟତୀତ ଫୋନରେ ଅକ୍ଟାକୋର ୨.୨ ଜିଏଚଜେଡ ପ୍ରୋସେସର ରହିଛି। ଗାଲାକ୍ସି ଏ-୭ ୨୦୧୮ରେ ୪ଜିବି/୬ ଜିବିି ରାମ ଏବଂ ୬୪ଜିବି/୧୨୮ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ।
‘ସାମସଙ୍ଗ ଗାଲାକ୍ସି ଏ-୭ ୨୦୧୮’ର କ୍ୟାମେରା
ଏହି ଫୋନରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରାର ଲେନ୍ସ ୨୪ମେଗାପିକ୍ସେଲ, ଗୋଟିଏ ୮ମେଗାପିକ୍ସେଲ ଏବଂ ଆଉ ଗୋଟିଏ ୫ମେଗାପିକ୍ସେଲର। ଏହାର ଆଗପଟ କ୍ୟାମେରା ୨୪ ମେଗାପିକ୍ସେଲର। ଉଭୟ କ୍ୟମାରାରେ ଏଲଇଡି ଫ୍ଲାସଲାଇଟର ସୁବିଧା ରହିଛି। ଏହି ଫୋନରେ ୩୩୦୦ ଏମ୍‍ଏଚ୍‍ ର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ଡୁଆଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ ୫.୦, ଏଏନ୍‍ଟି ପ୍ଲସ, ଏନ୍‍ଏଫ୍‍ସି, ସାମସଙ୍ଗ ପେ, ଜିପିଏସ ଏବଂ ୩.୫ ଏମ୍‍ଏମ୍‍ ହେଡଫୋନ ଜ୍ୟାକ ଦିଆଯାଇଛି। ଏହି ଫୋନର ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories