ଆଜି ପଖାଳ ଦିବସ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ପଖାଳ
ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପଖାଳ ଦିବସ ପାଳିତ ହୋଇଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟ ଭାବେ ବେଶ ଲୋକପ୍ରିୟ ପଖାଳ ଖାଇବାକୁ ନେଇ ୨୦୧୫ରୁ ପାଳିତ ହେଉଛି ‘ପଖାଳ ଦିବସ’। ତେବେ ପଖାଳ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ପୂର୍ବ ସମୟରେ ମାଟିହାଣ୍ଡିରେ ରୋଷେଇ ହେଉଥିବା ବେଳେ ପଖାଳ ଅତ୍ୟନ୍ତ ସ୍ୱାଦିଷ୍ଟ ହେଉଥିଲା। ଭାତ ହୋଇଯିବା ପରେ ତାକୁ ଗାଳି ଦିଅନ୍ତୁ ଓ ପେଜକୁ ନଷ୍ଟ ନ କରି ରଖନ୍ତୁ। ଭାତ ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହା ପରେ ଭାତରେ ରଖିଥିବା ପେଜ ସହ ସମାନ ପରିମାଣର ପାଣି ଦିଅନ୍ତୁ ଏବଂ ଏକ ଡଙ୍କା ସାହାଯ୍ୟରେ କିଛି ସମୟ ପର୍ଯ୍ୟନ୍ତ ଧୀରେ ଧୀରେ ଗୋଳାଇ ଦିଅନ୍ତୁ। ତେବେ ତାହା ସଂଗେ ସଂଗେ ଖାଇବାକୁ ଦିଅନ୍ତୁ ନାହିଁ।
୪ରୁ ୬ ଘଣ୍ଟା ପରେ ଭାତ ସହ ତୋରାଣି ଆଣନ୍ତୁ ଓ ସେଥିରେ ସାମାନ୍ୟ ସାଧା ଦହି ଓ ଲୁଣ ପକାଇ ଅନ୍ୟ ବ୍ୟଞ୍ଜନ ସହ ଖାଆନ୍ତୁ। ଆବଶ୍ୟକ ସ୍ଥଳେ ଭୃସଙ୍ଗ ପତ୍ର ଦହି ଛୁଙ୍କ, ରସୁଣ ବ୍ୟବହାର କରି ମଧ୍ୟ ଖାଇପାରିବେ। ପଖାଳ ଭାତ ଓ ତୋରାଣିରେ ଅନେକ ଉପାଦେୟ ଭିଟାମିନ ରହିଛି। ପଖାଳର ମଧ୍ୟ ଅନେକ ପ୍ରକାର ରହିଛି ଯେପରିକି ଜିରା ପଖାଳ, ଦହି ପଖାଳ, ଗରମ ପଖାଳ ଓ ବାସି ପଖାଳ।
Comments are closed.