www.samajalive.in
Sunday, December 7, 2025
23.1 C
Bhubaneswar

୩ ଜିବି ରାମ ସହିତ ନୋକିଆ-୫.୧ ପ୍ଲସର ବଜାର ପ୍ରବେଶ

ନୂଆଦିଲ୍ଲୀ : ନୋକିଆର ଏକ ନୂଆ ସ୍ମାର୍ଟଫୋନ ‘ନୋକିଆ ୫.୧ପ୍ଲସ’ ଭାରତୀୟ ବଜାରକୁ ପ୍ରବେଶ କରିଛି। ‘ନୋକିଆ ୫.୧ପ୍ଲସ’କୁ ଭାରତରେ ୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୧୦,୯୯୯ଟଙ୍କା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଥିବା ଷ୍ଟୋରେଜକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଅକ୍ଟୋବର ମାସ ୧ତାରିଖରୁ ଏହି ଫୋନକୁ ପ୍ଲିପକାର୍ଟ ଏବଂ ଅନଲାଇନ୍‍ ଷ୍ଟୋରରୁ କିଣିପାରିବେ। ମାତ୍ର ଏହାର ପ୍ରି ଅର୍ଡର ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଫୋନରେ ଏୟାରଟେଲ ତରଫରୁ ୧୮୦୦ ଟଙ୍କାର କ୍ୟାସବ୍ୟାକ ଏବଂ ୨୪୦ ଜିବି ଡାଟା ମିଳିବ। ଏଥିପାଇଁ ୧୯୯, ୨୪୯ କିମ୍ବା ୪୪୮ ଟଙ୍କାର ପ୍ଳାନ ନେବାକୁ ପଡିବ।
‘ନୋକିଆ-୫.୧ ପ୍ଲସ’ର ବିଶେଷତ୍ୱ
ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧, ୫.୮୬ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ ପିକ୍ସଲ। ଡିସପ୍ଲେ ଉପରେ ୨.୫ କର୍ଡ ଗ୍ଳାସର ସୁରକ୍ଷା ମଧ୍ୟ ରହିଛି। ଏହାବ୍ୟତୀତ ଫୋନରେ ମିଡିଆଟେକ ହିଲିୟୋ ପି-୬୦ ପ୍ରୋସେସର ରହିଛି। ଯାହାର କ୍ଲାକ ସ୍ପିଡ ୧.୮ଜିଏଚ୍‍ଜେଡ୍‍। ଫୋନରେ ୩ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ ମିଳିବ।
ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ ମେଗାପିକ୍ସଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଫୋନରେ ୩୦୬୦ ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ୍‍, ୟୁଏସବି ଟାଇପ-ସି ଏବଂ ୩.୫ଏମ୍‍ଏମ୍‍ର ହେଡଫୋନ ଜ୍ୟାକ ଦିଆଯାଇଛି। ଫୋନର ପଛପଟ ପ୍ୟାନେଲରେ ଟିପଚିହ୍ନ ସେନସର ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories