www.samajalive.in
Monday, December 15, 2025
24.1 C
Bhubaneswar

ଆଜି ୫ ରାଜ୍ୟର ଭୋଟ ଗଣତି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ମୋଟ ୬୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି  ଗୁରୁବାର  ସକାଳ ୮ଟାରୁ ଆରମ୍ଭ ହେବ। ଭୋଟ ଗଣତି ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପୂର୍ବରୁ ବୁଥ ବାହୁଡା ମତ (ଏକଜିଟ୍‌ ପୋଲ)ର ପୂର୍ବାନୁମାନ ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ଏହାର ସରକାର ବଜାୟ ରଖିବାକୁ ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାରର ପତନ ହେବ । ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍‌) ସରକାର ଗଠନ କରିବା ନେଇ ଏକଜିଟ୍ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି। ତେବେ ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ସରକାର ଗଠନ ନେଇ ସ୍ପଷ୍ଟ ବହୁମତ ମିଳିବା ଆଶଙ୍କା ରହିଥିବା ଏକଜିଟ୍‌ ପୋଲରେ ପୂର୍ବାନୁମାନ କରାଯାଇଛି । ଏକଜିଟ୍ ପୋଲର ଏହିସବୁ ପୂର୍ବାନୁମାନ କେତେଦୂର ସତ ହେଉଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବ। ଭୋଟ ଗଣତିକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଛି । ଉତ୍ତରପ୍ରଦେଶ ବିଧାନସଭା ଭୋଟ ଗଣତି ପାଇଁ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରାଯାଇଛି । ରାଜ୍ୟ ଅବକାରୀ ବିଭାଗ ନିର୍ଦେଶ ଅନୁଯାୟୀ ଆଜି ରାଜ୍ୟରେ ମଦ ବିକ୍ରି ହେବନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories