www.samajalive.in
Thursday, December 11, 2025
27.1 C
Bhubaneswar

ଯୁଦ୍ଧରେ ଧୂଳିସାତ୍‌ ଭାରତ-ୟୁକ୍ରେନ ଦମ୍ପତିଙ୍କ ସ୍ବପ୍ନ

କିଭ୍‌ : ରୁଷିଆ-ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି। ଯୁଦ୍ଧ କେବଳ ଏହି ମୃତ ଓ ଆହତ ମଧ୍ୟରେ ସୀମିତ ନାହିଁ। ଏହା ଅନେକଙ୍କ ସ୍ବପ୍ନକୁ ମଧ୍ୟ ଉଜାଡି ଦେଇଛି। ଘରଦ୍ବାର ହରାଇ ଅନେକ ଲୋକ ଏବେ ଶରଣାର୍ଥୀ ଭାବେ ଅନ୍ୟ ରାଷ୍ଟ୍ରରେ ଆଶ୍ରୟ ନେଇଛନ୍ତି। ଯୁଦ୍ଧରେ ନିଜର ସୁନେଲି ସ୍ବପ୍ନକୁ ହରାଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ-ୟୁକ୍ରେନ ଦମ୍ପତି ମୟଙ୍କ ଛାବ୍ରା ଓ ତେତିଆନା ରେଖଲିକ ଓରଫ ତାନ୍ୟା। ଏହି ଦମ୍ପତି ୟୁକ୍ରେନର ରାଜଧାନୀ କିଭ୍‌ର ଉପକଣ୍ଠ ବୋରିସ୍ପିଲ୍‌ରେ ରହିଆସୁଥିଲେ। ଏହି ସହର ବିମାନବନ୍ଦର ଠାରୁ ମାତ୍ର ୨୯ କିମି ଦୂର। ତାନ୍ୟା ଏୟାର ୟୁକ୍ରେନର ଜଣେ କର୍ମଚାରୀ ଥିବାବେଳେ ମୟଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ କରନ୍ତି। ମୟଙ୍କ ଭାରତୀୟ ହୋଇଥିବାବେଳେ ତାଙ୍କ ପତ୍ନୀ ତାନ୍ୟା ଜଣେ ୟୁକ୍ରେନୀୟ। ନିକଟରେ ଏହି ଦମ୍ପତି ସହର ନିକଟ ଏକ ଆପାର୍ଟମେଣ୍ଟରେ ଫ୍ଲାଟଟିଏ କିଣିଥିଲେ। ସଞ୍ଚିତ ଜମା ଅର୍ଥ ଓ ବ୍ୟାଙ୍କ ଋଣ କରି ସେମାନେ ଫ୍ଲାଟଟିଏ କିଣିଥିଲେ। ଗତମାସରେ ସେମାନେ ନିଜର ନୂଆ ଘରକୁ ସ୍ଥାନାନ୍ତର ହେବା ପାଇଁ ଯୋଜନା କରିଥିଲେ। ନୂଆ ଘରକୁ ସ୍ଥାନାନ୍ତର ହେବା ନେଇ ଏହି ଦମ୍ପତିଙ୍କ ସ୍ବପ୍ନ ଚୁରମାର ହୋଇଯାଇଛି। ରୁଷିଆ ସେନାର ରକେଟ୍‌ ମାଡରେ ସେମାନଙ୍କ ଆପାର୍ଟମେଣ୍ଟ ଧ୍ବଂସ ହୋଇଯାଇଛି। ନୂଆ ଘରକୁ ଯିବା ପରିବର୍ତ୍ତେ ଏବେ ସେମାନେ ଭାରତ ଚାଲିଆସିଛନ୍ତି। ରୁଷିଆର ଘନ ଘନ ରକେଟ୍‌ ମାଡ ପରେ ଏହି ଦମ୍ପତି କିଭ୍‌ ଛାଡିବାକୁ ବାଧ୍ୟ ହୋଇଥିଲେ। ନିଜ କାର୍‌ରେ ଦୀର୍ଘ ୪ଦିନ ଯାତ୍ରା କରି ସେମାନେ କିଭ୍‌ରୁ ପଶ୍ଚିମ ୟୁକ୍ରେନର ଚୋପ୍ ସହରକୁ ପଳାୟନ କରିଥିଲେ। ଏହି ଚାରିଦିନର ଯାତ୍ରା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ରାଜପଥ ପରିବର୍ତ୍ତେ ସହରତଳି ଗାଁ ରାସ୍ତା ଦେଇ ସେମାନେ ଯାତ୍ରା କରିଥିଲେ। କାରଣ ରାଜପଥ ଉପରେ ବୋମାମାଡ ଚାଲିଥିଲା। ବାଟରେ ତାଙ୍କ ଅନେକ ଲୋକ ସାହାଯ୍ୟ କରିଥିଲେ। ଯେଉଁମାନେ ସେମାନଙ୍କୁ ରାତ୍ରିଯାପନ କରିବାକୁ ଆଶ୍ରୟ ଦେଇଥିଲେ। ଚୋପ୍‌ରେ ସେମାନଙ୍କର ଜଣେ ସମ୍ପର୍କୀୟ ରହୁଥିବାବେଳେ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ଟ୍ରେନ୍ ଯୋଗେ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ ଯାତ୍ରା କରିଥିଲେ। ହଙ୍ଗେରୀରେ ସେମାନେ ଜଣେ ଭାରତୀୟ-ହଙ୍ଗେରୀୟ ବ୍ୟକ୍ତି ଅଜୟ ସୋନିଙ୍କୁ ଭେଟିଥିଲେ ଯିଏକି ଜଣେ ବ୍ୟାଙ୍କ କର୍ମଚାରୀ।​ ସୋନି ଓ ତାଙ୍କ ହଙ୍ଗେରୀୟ ପତ୍ନୀ ସେମାନଙ୍କୁ ଆଶ୍ରୟ ଦେଇଥିଲେ। ସୋନି ନିଜ ଅର୍ଥ ଓ ଅନ୍ୟ କେତେକ ଭାରତୀୟ ସାଥୀଙ୍କ ଠାରୁ ଅର୍ଥ ସହାୟତାରେ ମୟଙ୍କ ଓ ତାନ୍ୟାଙ୍କ ପାଇଁ ଝାହୋନୀ ସୀମାରେ ତମ୍ବୁ ବାନ୍ଧି ଦେଇଥିଲେ। ଏଠାରେ ଆହୁରି ଅନେକ ୟୁକ୍ରେନବାସୀ ତମ୍ବୁ ଟାଣି ଶରଣାର୍ଥୀ ଭାବେ ରହୁଛନ୍ତି। ତମ୍ବୁ ତଳେ କିଛି ଦିନ ରହିବା ପରେ ସେମାନେ ଭାରତର ଉଦ୍ଧାରକାରୀ ବିମାନ ଯୋଗେ ଭାରତ ଚାଲିଆସିଥିଲେ। ତେବେ ତାନ୍ୟା ତାଙ୍କ ପରିବାରକୁ ୟୁକ୍ରେନରେ ଛାଡ଼ି ଆସିଛନ୍ତି। ତାନ୍ୟାଙ୍କ ପିତାମାତା ଓ ଭଉଣୀ ଏବେ କିଭ୍‌ରେ ରହୁଛନ୍ତି। ତାନ୍ୟା କହିଛନ୍ତି ଯେ ସେ ନିଶ୍ଚିତ ୟୁକ୍ରେନ ଫେରିବେ। ରୁଷ୍ ଯେତେ କ୍ଷତି ଘଟାଇଲେ ମଧ୍ୟ ୟୁକ୍ରେନ ନିଶ୍ଚିତ ବିଜୟୀ ହେବ। କାରଣ ୟୁକ୍ରେନରେ ଅନେକ ହିରୋ ଅଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories