ଗୁରୁବାର ରାଶିଫଳ (୧୦/୦୩/୨୦୨୨) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Mar 10, 2022 Share ମେଷ : ପଡ଼ୋଶୀଙ୍କ ସହିତ ସଦ୍ଭାବନା ସମ୍ପନ୍ନ ହୋଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କୁଶଳ ସମାଚାର ମିଳିପାରେ। ଉଦ୍ୟମ ପ୍ରଶଂସନୀୟ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ତ୍ୟାଗଶୀଳ ହେବେ। ବୃଷ : ସୁଖୀ ଓ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ମିଥୁନ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିପାରେ। ଚିନ୍ତାଧାରା ବିକ୍ଷିପ୍ତ ହେବ। ଅସୁବିଧାରୁ ଉଧୁରିବା ପାଇଁ ଖର୍ଚ୍ଚାନ୍ତ ହେବେ। ମଧୁରଭାଷୀ ହେବେ। କର୍କଟ : ଆୟ ବୃଦ୍ଧିର ସୂଚନା ମିଳୁଛି। ଉପୁଜିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିୟୋଜିତ ହେବେ। ସରକାରୀ ଅର୍ଥ ମିଳିବ। ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କନ୍ୟା : ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। Related Posts ଶୋଇପଡ଼ିଲେ ଷ୍ଟେସନ ମାଷ୍ଟର, ଅଟକିଲା… May 5, 2024 ୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୬୦ବର୍ଷ… May 5, 2024 ତୁଳା : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବିଛା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ସମ୍ପାଦିତ କରିପାରନ୍ତି। ପ୍ରୀତି ଭୋଜନ ସହ ଆନନ୍ଦ ଉପଭୋଗ କରିବେ। ଧନୁ : କର୍ମ ତତ୍ପରତା ପ୍ରକାଶ ପାଇବ। ବହୁମିତ୍ରଙ୍କ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି। ମକର : ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭର ସୁଯୋଗ ଅଛି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ। ସମସ୍ୟା ଗମ୍ଭୀର ହେବ। କୁମ୍ଭ : ପରିଶ୍ରମ ଯେତେ କଠିନ ଓ କଷ୍ଟସାଧ୍ୟ ହେଲେ ବି, ତା’ର ମୂଲ୍ୟ ମିଳିବ। ବହୁ ମିତ୍ରଙ୍କ ସହାୟତା ମିଳିବ। ରଣ ବିଶାରଦ ହୋଇପାରନ୍ତି। ସ୍ବଧର୍ମକର୍ମାଭ୍ୟୁଦୟ ହେବ। ଭୁଲ ବୁଝାମଣା ଦୂର ହେବ। ମୀନ : ଆଧ୍ୟାତ୍ମବାଦୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଯଶସ୍ବୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। Horoscope 10th March 2022odia news Share FacebookTwitterWhatsApp
Comments are closed.