ଜଳିଲା ବିଦ୍ୟୁତ୍‌ ଟ୍ରାନ୍ସଫରର୍ମର

କଟକ: କଟକ ବଡଡାକ୍ତରଖାନା ପରିସରରେ ଥିବା ବଦ୍ୟୁତ୍‌ ଟ୍ରାନ୍ସଫରର୍ମରରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସ୍ତ୍ରୀ ଓ ପ୍ରସୃତି ବିଭାଗ ଫାଟକ ନିକଟରେ ଥିବା ଏହି ଟ୍ରାନ୍ସଫରର୍ମର ଆଜି ଜଳୁଥିବା ଦେଖି ମେଡିକାଲ କର୍ମଚାରୀ ଓ ରୋଗୀ ସମ୍ପର୍କୀୟମାନେ ଭୟଭୀତ ହୋଇପଡିଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇ ମେଡିକାଲ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଫଳରେ ଏକ ବଡ ଧରଣର ବିପଦ ଟଳିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ବଡ ଡାକ୍ତରଖାନା ପରିସରରେ ଥିବା ଏହି ବିଦ୍ୟୁତ ଟ୍ରାନ୍ସଫରର୍ମରରେ ଅଧିକାଂଶ ସମୟରେ ଏପରି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି। ଏ ନେଇ ବହୁବାର ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଗଲେ ମଧ୍ୟ କିଛି ସଫଳ ମିଳିପାରି ନାହିଁ। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ଲାଗି ଦାବି ହୋଇଛି।

kalyan agarbati

Comments are closed.