ବିଦ୍ୟାଳୟର ୩୨ଟି ଜମି ପଟ୍ଟା ବଣ୍ଟନ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତହସିଲ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ପଞ୍ଚାୟତରାଜ ଦିବସ ଅବସରରେ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏହି ପଟ୍ଟା ବଣ୍ଟନ ସମୟରେ ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଏବିଇଓ ମୋହନ ରାଓ କଣ୍ଡାଗରୀ ମଞ୍ଚାସିନ ରହିଥିଲେ । ପୂର୍ବରୁ ରହିଥିବା ବିଦ୍ୟାଳୟ ଗୁଡିକର ଜମି ପଟ୍ଟା ହୋଇନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ନେଇ ସରକାରଙ୍କ ବିଦ୍ୟାଳୟ ମାନଙ୍କର ଜମି ଚିହ୍ନଟ କରିବାକୁ ତହସିଲ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବ୍ଲକରେ ଯେତେ ସରକାରୀ ବିଦ୍ୟାଳୟ ରହିଛି । ସେସବୁର ଜମି ଚିହ୍ନଟ କରି ବିଦ୍ୟାଳୟ ଜମି ପଟ୍ଟା କରିଥିଲେ । ସ୍ବେସଲ ରାଇଟ ହିସାବରେ ୯୩ ଟି ସରକାରୀ ବିଦ୍ୟାଳୟର ଜମି ପଟ୍ଟା କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ୩୨ ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡାକି ପଟ୍ଟା ପ୍ରଦାନ କରିଥିଲେ । ବର୍ତ୍ତମାନ ଯେଉଁ ୫୧ଟି ବେସରକାରୀ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟର ଜମି ମାଲିକମାନେ ଯଦି ସାଧାରଣ ,ଜାତି ଓ ଜନ ଜାତି ବର୍ଗର ଲୋକେ ବିଦ୍ୟାଳୟ କୁ ଭୂମି ଦାନ କଲେ ଆଗାମୀ ଦିନରେ ସେହି ଜମିକୁ ଚିହ୍ନଟ କରି ଉକ୍ତ ବିଦ୍ୟାଳୟ କୁ ପ୍ରଦାନ କରାଯିବ ବୋଲି ତହସିଲଦାର ଦେବାଶିଷ କର ସୂଚନା ଦେଇଛନ୍ତି । ଏହାକୁ ଅମିନ ସି ରାଜୁ, ଜଙ୍ଗଲଜମି ଅଧିକାର ସଂଯୋଜକ ମଦନ ସୁନ୍ଦର ସାମଲ ,ରାଜସ୍ବ ଅଧିକାରୀ ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.