www.samajalive.in
Monday, December 15, 2025
24.1 C
Bhubaneswar

ଅତ୍ୟଧିକ ଲେମ୍ବୁ ସେବନ ହୋଇପାରେ ହାନିକାରକ

ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ବେଶ ସହାୟକ। ଲେମ୍ବୁ ଶରୀରରୁ ଅଦରକାରୀ ଜିନିଷ ବାହାର କରିବାରେ ସାହାଯ୍ୟ କରିଥାଏ। ମାତ୍ର ଲେମ୍ବୁର ଅଧିକ ସେବନ ଶରୀର ପାଇଁ ଲାଭବଦଳରେ କ୍ଷତିକାରକ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ ଅଧିକ ଲେମ୍ବୁ ସେବନ କରିବା ଦ୍ୱାରା ଆପଣଙ୍କୁ ବ୍ୟତିବ୍ୟସ୍ତ ଭଳି ଅନୁଭବ ହୋଇଥାଏ।
ଅତ୍ୟଧିକ ପରିମାଣରେ ଲେମ୍ବୁ ସେବନ କଲେ ପେଟ ଦରଜ ସହ ଶରୀରରେ ଜଳୀୟ ଅଂଶ କମିପାରେ।
ହୃଦୟ ଜନିତ ସମସ୍ୟା ଥିଲେ ଅତ୍ୟଧିକ ଲେମ୍ବୁ ସେବନ କରନ୍ତୁ ନାହିଁ।
ଅନେକ ସମୟରେ ପେଟ ବିନ୍ଧିବା ଭଳି ଅନୁଭବ ହୋଇଥାଏ।
ଏହାସହ ଅନିଦ୍ରା ଜନିତ ସମସ୍ୟା ହୋଇଥାଏ। ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ।
ଯେଉଁମାନଙ୍କର ମାଇଗ୍ରେନ ଜନିତ ସମସ୍ୟା ରହିଛି, ସେମାନେ ଲେମ୍ବୁ ଖାଇବାରୁ ଦୂରେଇ ରୁହନ୍ତୁ।
ଯେଉଁ ବ୍ୟକ୍ତିମାନଙ୍କର ଗ୍ୟାଷ୍ଟ୍ରିକ ହେଉଥିବ, ସେମାନେ ଲେମ୍ବୁ ଖାଇବା ଅନୁଚିତ। କାରଣ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ଏସିଡର ମାତ୍ରା ବଢିଯାଏ।
ବେଳେବେଳେ ଫାଷ୍ଟଫୁଡ ଖାଇ ସାରିବା ପରେ ହଜମ ପାଇଁ ଲେମ୍ବୁ ଖାଇବାକୁ ପଡିଥାଏ। କାରଣ ଲେମ୍ବୁରେ ଥିବା ଏସିଡ ହଜମ କରିବାରେ ସାହାଯ୍ୟ କରିଥାଏ। ବେଳେବେଳେ ପେଟ ଖରାପର ମୁଖ୍ୟ କାରଣ ମଧ୍ୟ ଲେମ୍ବୁ ହୋଇଥାଏ। ତେଣୁ ଖାଇବା ପରେ ଲେମ୍ବୁ ନ ଖାଇ ଖାଦ୍ୟ ସହ ମିଶାଇ ଖାଆନ୍ତୁ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories