ଇସଲାମାବାଦ: ପାକିସ୍ତାନର ପେଶାୱର ସ୍ଥିତ ଏକ ମସ୍ଜିଦରେ ଶୁକ୍ରବାର ନମାଜ ପାଠ ସମୟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ଏନେଇ ସୂଚନା ଦେଇଛି।
ଆହତ ଲୋକଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ଖାନ ତଲାସ ଚଲାଇଛି। ଆହତଙ୍କ ମଧ୍ୟରେ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପେଶାୱରର ପୁରୁଣା ସହରରେ କୁଚା ରିସାଲଦାର ମସଜିଦରେ ଲୋକମାନେ ନମାଜ ପାଠ ପାଇଁ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ପୁଲିସ କହିଛି।



