www.samajalive.in
Saturday, December 6, 2025
19.1 C
Bhubaneswar

ଏପରି ଖାଦ୍ୟ ପ୍ରସ୍ତୁତ କରି ସେବନ କଲେ ମିଳେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା

ଭୋଜନକୁ ଭଗବାନଙ୍କ ଏକ ଆଶୀର୍ବାଦ ବୋଲି କୁହାଯାଏ। ତେଣୁ ଅନ୍ନର ଅନାଦର ଆଦୌ କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ରରେ ଭୋଜନ ପ୍ରସ୍ତୁତି କରିବା ଠାରୁ ନେଇ ଭୋଜନ ଗ୍ରହଣ କରିବାର ମଧ୍ୟ କିଛି ବିଶେଷ ନିୟମ ରହିଛି। ଏହି ଉପାୟ ଆପଣାଇଲେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ମିଳିବା ସହ କେବେ ଅନ୍ନର ଅଭାବ ରହିବ ନାହିଁ। ଜାଣନ୍ତୁ….
ରୋଷେଇ ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। ସ୍ନାନ ନକରି ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ। କିମ୍ବା ରାତିରେ ପିନ୍ଧିଥିବା ବସ୍ତ୍ର ବଦଳାଇ ସକାଳେ ରୋଷେଇ ଘରେ ପ୍ରବେଶ କରନ୍ତୁ।
ଭୋଜନ ପ୍ରସ୍ତୁତି ସମୟରେ ସର୍ବଦା ଖୁସି ମନରେ ପ୍ରସ୍ତୁତ କରନ୍ତୁ। ଭୋଜନ ପ୍ରସ୍ତୁତି ସମୟରେ ଯେପରି ଆପଣ ପଛରେ ଦରଜା ନଥିବ ସେଥିପ୍ରତି ଧ୍ୟାନ ଦେବେ। ରୋଷେଇ ଘରେ ଯେପରି ପ୍ରଚୁର ସୂର୍ଯ୍ୟାଲୋକ ପଡୁଥିବା ଆବଶ୍ୟକ।
ଭୋଜନ ପ୍ରସ୍ତୁତି ସମୟରେ ମୁହଁ ସର୍ବଦା ପୂର୍ବ ଦିଗକୁ ରଖି ପ୍ରସ୍ତୁତ କରନ୍ତୁ। ପଶ୍ଚିମ ଦିଗକୁ ଚାହିଁ ଭୋଜନ ପ୍ରସ୍ତୁତ କଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।
ଘରେ ଧନର ଅଭାବ ହେଉଥିଲେ ଉତ୍ତର ଦିଗକୁ ଚାହିଁ ଭୋଜନ କରନ୍ତୁ। ଘରର ମୁଖ୍ୟଙ୍କୁ ସର୍ବଦା ଉତ୍ତର ଦିଗକୁ ଚାହିଁ ଭୋଜନ କରିବା ଉଚିତ। ଭୋଜନ କରିବା ପୂର୍ବରୁ ନିଜ ଇଷ୍ଟ ଦେବତାଙ୍କୁ ପ୍ରଣାମ ଜଣାନ୍ତୁ। ଗାଈକୁ ପ୍ରତିଦିନ ଏକ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ଟଙ୍କାପଇସାର ଅଭାବ ହୋଇନଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ। ଅଇଁଠା ବାସନକୁ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଖାଦ୍ୟ ଖାଇବା ଟେବୁଲ ଥିଲେ, ଏହା ଉପରେ କିଛି ଖାଦ୍ୟ ଜିନିଷ ନିଶ୍ଚୟ ରଖନ୍ତୁ।
ଭୋଜନ ସମୟରେ ଟିଭି ଓ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ଭୋଜନ ପରେ ଖାଦ୍ୟ ଖାଉଥିବା ସ୍ଥାନକୁ ସଫା କରନ୍ତୁ।
ଭୋଜନ ପରେ ମା’ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories