ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ-ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ

ଭୁବନେଶ୍ୱର: ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏଥିରେ ମୋଟ ୧୪ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ନକ୍ ଆଉଟ ପଦ୍ଧତିରେ ଖେଳ ହେବ। ଏହି ପ୍ରତିଯୋଗିତା ୨ଦିନ ଧରି ଚାଲିବ। ଏହି ପ୍ରତିଯୋଗିତାର ମନୋନୀତ ଖେଳାଳୀମାନେ ରାଜ୍ୟ ପାଇଁ ମହାରାଷ୍ଟ୍ର, ସୋଲାପୁରଠାରେ ମେ ମାସରେ ଜାତୀୟ ପ୍ରତିଯୋଗିତାରେ ଯୋଗଦେବେ। ଏହି ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଭୁବନେଶ୍ୱରର କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡ.ସୌର୍ଯ୍ୟରଞ୍ଜନ ପରିଜା। ଅନ୍ୟମାନଙ୍କ ମଧ୍ୟରେ ସମରେନ୍ଦ୍ର ଜେନା, ସଭାପତି ନଳିନୀକାନ୍ତ ମିଶ୍ର, ପ୍ରସନ୍ନ ରାଉତ, ମହେନ୍ଦ୍ର ବଳବନ୍ତରାୟ, ପ୍ରତିଭା ମିଶ୍ର, ସ୍ନିଗ୍ଧା ମହାପାତ୍ର, ଚିତା ବେହେରା, ସରିତା ଶତପଥୀ, କ୍ଷୀରୋଦ ବେହେରା, ଜଲ୍ଲିନ ଖାନ୍, ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.