www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦେଶର ବିଭିନ୍ନ ସ୍ଥାନର ଆଶାକର୍ମୀ

ନୂଆଦିଲ୍ଲୀ . – ଦେଶର ୯୦  ଜଣ ଆଶାକର୍ମୀ ଗୁରୁବାରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କ ପାଇଁ ବୀମା କବଚ ଘୋଷଣା କରାଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛିଦିନ ତଳେ ଦେଶର ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ତାଙ୍କର ମତ ବିନିମୟ ବିଷୟକୁ ସ୍ମରଣ କରିଥିଲେ  । ସେହିଦିନ ଆଶା କର୍ମୀମାନଙ୍କର ଅନୁଭୂତିଗୁଡିକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେଗୁଡିକ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ  ।

- Advertisement -

ଆଶା କର୍ମୀମାନେ ସଠିକ ସମୟରେ ସଠିକ କାର୍ଯ୍ୟକ୍ରମ ଜରିଆରେ ସେମାନେ କିଭଳି ଭାବେ ଗରିବ ମା’ ଓ ଶିଶୁମାନଙ୍କ ଜୀବନ ରକ୍ଷା କରୁଛନ୍ତି ସେମାନଙ୍କ ଅନୁଭୂତିକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ  । ପ୍ରଧାନମନ୍ତ୍ରୀ ଆଶା କର୍ମୀମାନଙ୍କର ଦକ୍ଷତା ଏବଂ ନିଷ୍ଠାପରତାକୁ ଭୂରି ଭୂରି ପ୍ରଶଂସା କରିଥିଲେ । କଳାଜରର ମୂଳତ୍ପାଟନ ଦିଗରେ ସେମାନଙ୍କ କାର୍ଯ୍ୟକୁ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ପ୍ରଶଂସା କରିଥିବା ବିଷୟରେ ସେ ସ୍ମରଣ କରିଥିଲେ  ।

ଗ୍ରାମାଂଚଳ ଜୀବନଶୈଳୀରେ ଗୁଣାତ୍ମକ ମାନ ବୃଦ୍ଧି କ୍ଷେତ୍ରରେ ସରକାରୀ ପ୍ରତିଷ୍ଠାନଗୁଡିକୁ ସହଯୋଗ କରି ଅଙ୍ଗନବାଡିକର୍ମୀମାନେ କାର୍ଯ୍ୟ ନିଷ୍ଠା ଏବଂ କୁଶଳତାର ଯୋଗଦାନ କରିବା ପାଇଁ ସେ ଉତ୍ସାହିତ କରିଥିଲେ  । ସରକାରୀ ଯୋଜନାଗୁଡିକ କିଭଳି ଗରିବ ଲୋକମାନଙ୍କୁ ସଶକ୍ତ କରିବା ସହିତ ଦାରିଦ୍ର୍ୟର ମୁକାବିଲା ଦିଗରେ କାର୍ଯ୍ୟ କରୁଛି ସେ ବିଷୟରେ ପ୍ରଧାନମନ୍ତ୍ରୀ  ପ୍ରକାଶ କରିଥିଲେ ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories