ଶାନ୍ତିଶୃଙ୍ଖଳାର ସହ ହେବ ନିର୍ବାଚନ, ତହସିଲଦାରଙ୍କୁ ଲିଖିତ ପ୍ରତିଶ୍ରୁତି ଦେଲେ ରାଜନୈତିକ ଦଳର କର୍ମୀ
ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକରେ ଆସନ୍ତା ୨୦ ତାରିଖରେ ହେବ ତ୍ରିସ୍ତରୀୟ ନିର୍ବାଚନ। ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର କର୍ମୀ ଓ ଆଗ ଧାଡିର ନେତାମାନଙ୍କୁ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କର ଏକ ତାଲିକା ତହସିଲଦାରଙ୍କ ନିକଟକୁ ପଠା ଯାଇଥିଲା। ଯେଉଁ ମାନଙ୍କର ନାମ ଏହି ତାଲିକାରରେ ଥିଲା ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ଜଣ ତହସିଲଦାରଙ୍କ ନିକଟରେ ଉପସ୍ଥିତ ହୋଇଥିଲେ। ଯେହେତୁ କି ଆଗାମୀ ୨୦ ତାରିଖରେ ନିର୍ବାଚନ ହେବାକୁ ଯାଉଥିବାରୁ ଯେମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପରାମର୍ଶ ଦିଆଯାଇଛି।
ଲକ୍ଷ୍ମୀପୁର ବ୍ଲକରେ ଆସନ୍ତା ୨୦ ତାରିଖରେ ଶାନ୍ତିଶୃଙ୍ଖଳାର ସହ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ରାଜନୈତିକ ଦଳଗୁଡ଼ିକର କର୍ମୀ ଓ ନେତା ଏହି ଅଞ୍ଚଳରେ କୌଣସି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବେ ନାହିଁ ବୋଲି ଲେଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ତହସିଲଦାର ବନବିହାରୀ ଦିଣ୍ଡା ପ୍ରକାଶ କରିଛନ୍ତି।
Comments are closed.