www.samajalive.in
Monday, December 15, 2025
16.1 C
Bhubaneswar

ପୁଣି ଫେରିଲା ମମିତା ପ୍ରସଙ୍ଗ-ଗୃହରାଷ୍ଟ୍ର ମନ୍ତ୍ରୀଙ୍କର ସଂପୃକ୍ତି ଓ ଗୋପନୀୟ ଗସ୍ତର ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ପୁଲିସ ଚାର୍ଜସିଟ ଦାଖଲ କରିଛି। ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ତାହେଲେ ପୁଲିସ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ ଜଡ଼ିତ ଥିବା ଦେହବ୍ୟବସାୟ ଯାହା ହତ୍ୟାର କାରଣ ସେ ସଂପର୍କରେ ତଦନ୍ତ ନକରି ଦୋଷୀଙ୍କୁ ଖସାଇଦେବା ଯୋଜନା କରିଛି ବୋଲି ଆଜି ଏହି ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଥିଲେ ଯେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବାନେଇ ମମିତାର ମାତା ପିତା ଅଭିଯୋଗ କରିଥିଲେ। କେବଳ ସଂପୃକ୍ତି ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଖସାଇଦେବା ଓ ଘଣ୍ଟଘୋଡ଼ାଇବା ପଛରେ ଶ୍ରୀ ମିଶ୍ରଙ୍କର ଭୂମିକା ସନ୍ଦେହ ଜନକ ଥିବା ଅଭିଯୋଗ ହୋଇଥିଲା । ହତ୍ୟାର କାରଣ ମହାଲିଙ୍ଗ କଲେଜରେ ଚାଲୁଥିବା ଦେହବ୍ୟବସାୟ ଓ ଏଥିରେ ପ୍ରତିଭାଶାଳୀ ଲୋକଙ୍କର ସଂପୃକ୍ତି ସଂପର୍କରେ ପୁଲିସ ଠିକ ଭାବେ ତଦନ୍ତ କରିନାହିଁ । ଗୃହରାଷ୍ଟ୍ର ମନ୍ତ୍ରୀ ସେ କେବେ ଫେରାର ନଥିବା ଓଡ଼ିଶାରେ ଥିବା ଦାବି କରି ବିରୋଧିଙ୍କୁ ତାହାର ପ୍ରମାଣ ମାଗିଥିଲେ । ଆଜି ମନ୍ତ୍ରୀଙ୍କର ରାୟପୁରରୁ ଚଣ୍ଡିଗଡ଼ ଗସ୍ତର ଏକ ଭିଡିଓ ଜାରି କରି ତାଙ୍କ ଠାରୁ ସ୍ପଷ୍ଟିକରଣ ମାଗିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର।

ଏହି ସମ୍ବେଦନଶୀଳ ଦୋଷୀକୁ ଦଣ୍ଡିତ କରିବାପାଇଁ ପୁଲିସ ଉଦ୍ୟମ କରିବା ପରିବର୍ତ୍ତେ ତାଙ୍କୁ ଖସିଯିବା ପାଇଁ ବାଟ ତିଆରି କରାଯାଇଛି । ରାଜ୍ୟ ସରକାର, ପୁଲିସ ପ୍ରଶାସନ ଓ ବ୍ୟବସ୍ଥା ମମିତା ମେହେରଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହା ସନ୍ଦେହ ଘେରରେ ଯାହା ସଭ୍ୟସମାଜ ପାଇଁ ଲଜ୍ଜାଜନକ ଓ ଦୁଃଖଦାୟକ ଘଟଣା ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories