ଉତ୍କଳ ବିଶ୍ୱବିଦ୍ୟାଳୟ: ପୁଲୱାମା ଠାରେ ସହିଦ ହୋଇଥିବା ଯବାନଙ୍କ ପାଇଁ କଳା ବ୍ୟାଚ ପରିଧାନ, ଦୀପ ଲଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ପୁଲୱାମା ସହିଦ ଦିବସ ପାଳନ ହୋଇଯାଇଛି। ୨୦୧୯ ମସିହା ଫେବୃଆରୀ ୧୪ରେ ପାକିସ୍ଥାନର ଆତଙ୍କବାଦୀ ମାନଙ୍କଦ୍ୱାରା ହୋଇଥିବା ବର୍ବୋରଚିତ ଆକ୍ରମଣରେ ଦେଶର ବୀର ୪୦ ଯବାନ ସହିଦ ହୋଇଥିଲେ। ଏହି ହୃଦୟ ବିଦାରକ ଘଟଣାକୁ ମନେ ପକାଇ ଆଜି ସକାଳେ ବାଣୀବିହାର କ୍ୟାମ୍ପସରେ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ କଳା ଫିତା ବାନ୍ଧି ଥିଲେ। ସନ୍ଧ୍ୟାରେ ବାଣୀବିହାର ପରିସରରେ ଥିବା ଅହିଂସା ସ୍ଥଳଠାରୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଶତାଧିକ ଛାତ୍ର ଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦୀପ ଦାନ ପୂର୍ବକ ସେମାନଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସହ ସଂପାଦକ ବବୁଲୁ ଓ ରଞ୍ଜନଙ୍କ ନେତୃତ୍ୱରେ ଶତାଧିକ ଛାତ୍ର-ଛାତ୍ରୀ ଉପସ୍ଥିତି ଥିଲେ।

kalyan agarbati

Comments are closed.