www.samajalive.in
Saturday, December 13, 2025
23.1 C
Bhubaneswar

ଓମିକ୍ରନକୁ ହରାଇଲା ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର, (ନି.ପ୍ର): ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ‘ଓମିକ୍ରନ’ ଯେଉଁଭଳି ଭାବେ ଜଟିଳ ପରିସ୍ଥିତି ସୃଷ୍ଟି କଲା ଭାରତରେ ସେତେଟା କରିପାରିଲା ନାହିଁ। ଏ ସଂକ୍ରାନ୍ତରେ ଭୁବନେଶ୍ବରସ୍ଥିତ କିମ୍ସ ଡାକ୍ତରଖାନାର ଡା ସକିର ଅହମଦ ଏବଂ କେରଳ କେୟାର ଡାକ୍ତରଖାନାର ଡା ପଦ୍ମନାଭ ସି‌େନାଏ ମିଳିତ ଭାବେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗବେଷଣା କରିଛନ୍ତି। ମିଳିତ ଗବେଷକଙ୍କ ନିର୍ଯ୍ୟାସ କହୁଛି, ଦ୍ବିତୀୟ ଲହରରେ ୭୦ ପ୍ରତିଶତ ଭାରତୀୟ ଡେଲଟା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଏବଂ ଦେଶର ୯୫ ପ୍ରତିଶତ ବ୍ୟକ୍ତିଙ୍କୁ ପ୍ରଥମପାନ ଟିକାକରଣ କରାଯିବା ଯୋଗୁଁ ସମୁଦାୟ ଭାରତୀୟଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ଶରୀରରେ ଉନ୍ନତ ରୋଗ ପ୍ରତିରୋଧକ(ହାଇବ୍ରିଡ ଇମ୍ୟୁନିଟି) ଉତ୍ପନ ହୋଇଛି। ଫଳସ୍ବରୂପ ଓମିକ୍ରନ ଭୂତାଣୁ ସଂକ୍ରମଣ କଲେ ମଧ୍ୟ ସଂକ୍ରମିତଙ୍କୁ ଗୁରୁତର କରିପାରିନାହିଁ। ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁହାର ଦ୍ବିତୀୟ ଲହର ତୁଳନାରେ ବହୁତ କମ ରହିଲା।

ଗବେଷକ ଅହମଦ କହିଛନ୍ତି, ଭୁବନେଶ୍ୱରସ୍ଥିତ କିମ୍ସ ଏବଂ କେରଳର କେୟାର ଡାକ୍ତରଖାନାରୁ ସୁସ୍ଥ, ସଂକ୍ରମିତ ଏବଂ ସଂକ୍ରମଣରୁ ଆରୋଗ୍ୟ ବ୍ୟକ୍ତିଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରି ରୋଗ ପ୍ରତିରୋଧକ ଶକ୍ତି ଉପରେ ଅଧ୍ୟୟନ କରାଯାଇଛି। ପରୀକ୍ଷାରୁ ଦେଖାଗଲା ସୁସ୍ଥ ବ୍ୟକ୍ତଙ୍କ ଶରୀରରେ ଯେତିକି ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ରହୁଛି, ସଂକ୍ରମଣରୁ ଆରୋଗ୍ୟ ପରେ ୩୦ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ଆରୋଗ୍ୟ ପରେ ଉଭୟ ପ୍ରଥମ ଓ ଦ୍ୱିତୀୟପାନ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଅଧିକ ଉନ୍ନତ ହେଉଥିବା ଗବେଷଣାରୁ ଜଣାପଡିଛି। ପୁଣି ଅଧ୍ୟୟନରୁ ଜଣାଯାଇଛି, ୬୦ ପ୍ରତିଶତ ଲୋକ ପ୍ରଥମ ଓ ଦ୍ୱିତୀୟପାନ ଟିକା ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ଏବଂ ଡେଟଲା ଭୂତାଣୁକୁ ପ୍ରତିହତ କରିବାରେ ସକ୍ଷମ। ୬୫ ପ୍ରତିଶତ ରୋଗୀ କୋଭିସିଲ୍ଡର ପ୍ରଥମପାନ ଟିକା ନେଇଥିଲେ। ଏ କ୍ଷେତ୍ରରେ ଅଧ୍ୟୟନରୁ ଜଣାପଡ଼ିଛି, କୋଭିସିଲ୍ଡ ଟିକାର ପ୍ରଥମପାନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଉତ୍ପନ୍ନ ରୋଗ ପ୍ରତିରୋଧକ ଶକ୍ତି ଓମିକ୍ରନକୁ ପ୍ରତିହତ କରିବା ନିମନ୍ତେ ସକ୍ଷମ। କୋଭାକ୍ସିନ ଟିକା ମନୁଷ୍ୟ ଶରୀରରେ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି। ଯାହା ଓମିକ୍ରନ ଭୂତାଣୁକୁ ପ୍ରତିହତ କରିପାରିବ। ଆଣ୍ଠୁଗଣ୍ଠି ରୋଗ ଜନିତ ରୋଗୀ ଦୁଇଟି ପାନ ଟିକା ନେଇଥିଲେ ସେମାନଙ୍କ ଶରୀରରେ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ ହୋଇପାରୁଛି। ଯାହାକି ରୋଗପ୍ରତିରୋଧକ ଶକ୍ତି ସ୍ତରର ୩୦ ଗୁଣ। ୨୦୦୦ ଆଣ୍ଠୁଗଣ୍ଠି ରୋଗୀଙ୍କ ଉପରେ ଗବେଷଣା ହୋଇଥିଲା।

- Advertisement -

କୁହାଯାଉଛି, ଆମେରିକା ଏବଂ ବ୍ରିଟେନରେ ଦ୍ବିତୀୟ ଲହରରେ କମ ଲୋକ ସଂକ୍ରମିତ ହୋଇଥିଲେ। ସେତେବେଳକୁ ଉପରୋକ୍ତ ରାଷ୍ଟ୍ରଗୁଡିକରେ ବ୍ୟାପକ ଟିକାକରଣ ହୋଇ ନ ଥିବାରୁ ଲୋକଙ୍କ ଶରୀରରେ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରି ନ ଥିଲା। ଉପରୋକ୍ତ ରାଷ୍ଟ୍ରରେ ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କରିବା ସହ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ହେଲେ ତୃତୀୟ ଲହର ବେଳକୁ ୭୦ ପ୍ରତିଶତ ଭାରତୀୟଙ୍କ ପାଖରେ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହୋଇଥିବାରୁ ଓମିକ୍ରନ ଭୂତାଣୁ ସେତେ ଗୁରୁତର କଲାନାହିଁ। ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୪/୫ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories