www.samajalive.in
Saturday, December 6, 2025
17.1 C
Bhubaneswar

କୋଭିଡ୍‌ ନୂଆ ପ୍ରକରଣ ଏକ୍ସବିବି୧.୧୬, ଓଡିଶାରେ ୧୭ ଦେଶରେ ଗୋଟିଏ ଦିନରେ ୧୫୯୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୦ ଏବଂ ୧୧ ତାରିଖରେ ପ୍ରତ୍ୟେକ ରାଜ୍ୟ କୋଭିଡ୍‌ ମକ୍‌ ଡ୍ରିଲ୍‌ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୱ ବିଭାଗ ନିର୍ଦେଶ ଦେଇଛନ୍ତି । ଓଡିଶାରେ ୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ୧୩୪ ଦିନରେ ସର୍ବାଧିକ ଆକ୍ରାନ୍ତ । ଏବେ ରାଜ୍ୟରେ ୭୩ ଜଣ ସକ୍ରିୟ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଗୋଟିଏ ଦିନର ୧୫୯୦ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି . ଏହା ଗତ ୧୪୬ ଦିନରେ ସର୍ବାଧିକ । ଏଥିପାଇଁ ଅଧିକ କୋଭିଡ୍‌ ପରୀକ୍ଷଣ ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟବିଭାଗଙ୍କ ସୂଚନା ଅନୁସାରେ ଏବେ ଦେଶରେ ୮୬୦୧ ସକ୍ରିୟ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସରକାରୀ ସଂଖ୍ୟା ହୋଇଥିବା ବେଳେ ପ୍ରକୃତ ସଂଖ୍ୟା ଢେର ଅଧିକ ହୋଇଥିବା ଆଶଙ୍କା କରାଯାଉଛି ।

- Advertisement -

ଏଥିପାଇଁ ଭୟ ନକରିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି । ଅଧିକାଂଶ ଟିକା କରଣ ହୋଇଥିବାରୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା କୁହାଯାଉଛି । ଏକ୍ସବିବି୧.୧୬ କୋଭିଡ୍‌ ଭୁତାଣୁ ଯୋଗୁଁ ଏବେ ସଂକ୍ରମଣ ବୃଦ୍ଧି ପାଉଥିବା ଅନୁମାନ କରାଯାଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories