www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ଗଣତନ୍ତ୍ର ପାଇଁ ଲଢୁଛି, କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଂସଦ ପଦ ରଦ୍ଦ ପରେ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ​ରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢୁଛି, କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ। ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି,ଏନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ମିଳୁଛି ବୋଲି କହି ସେ ବିଜେପିକୁ କଟାକ୍ଷ କରିଛନ୍ତି। ମୋଦୀ-ଆଦାନୀ ସଂପର୍କକୁ ନେଇ ମୁଁ ପ୍ରଶ୍ନ କରିଚାଲିବି। ମୋତେ କେହି ଡରାଇ ପାରିବେନି, ଡରାଇ, ଧମକାଇ କେହି ମୋ ମୁହଁ କେହି ବନ୍ଦ କରିପାରିବେ ନାହିଁ।

ଆଦାନୀ ଏବଂ ମୋଦୀଜୀଙ୍କ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ସେ ଦୁଇଜଣ ବିମାନରେ ବସି ଯାଉଥିବାର ପ୍ରମାଣ ମୁଁ ସଂସଦରେ ଦେଇଛି । ମୁଁ ସଂସଦରେ ଯେଉଁ ପ୍ରଶ୍ନ କରିଥିଲି, ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା, ମୋ ନାଁରେ ହିଁ ତାଙ୍କ ମନ୍ତ୍ରୀମାନେ ମିଛ କହିଲେ। ଆଦାନୀଙ୍କ କମ୍ପାନୀରେ ୨୦ ହଜାର କୋଟି ଟଙ୍କା କିଏ ନିବେଶ କରିଛି ସେ ନେଇ ମୁଁ ବାରମ୍ବାର ପ୍ରଶ୍ନ କରିବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

- Advertisement -

ତେବେ ବିଦେଶରେ ଦେଇଥିବା ମନ୍ତବ୍ୟକୁ ରାହୁଲ ଗାନ୍ଧୀ ଏଡାଇ ଦେଇଥିଲେ ଓ ସେ ସଂପର୍କରେ ସିଧାସଳଖ କିଛି ଉତ୍ତର ଦେଇ ନ ଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories