କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାରାଥନ ପ୍ରଚାର
ସମ୍ବଲପୁର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ମାତ୍ର ୩ ଦିନ ରହିଥିବା ବେଳେ ଶନିବାର ସମ୍ବଲପୁରକୁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଗସ୍ତରେ ଆସି ଦିନବ୍ୟାପି ମାରାଥନ ପ୍ରଚାର କରିଛନ୍ତି। ଜନତାଙ୍କ ସହିତ ଯୋଡି ହେବା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଧାରଣ ଯାତ୍ରୀ ଭାବରେ ବସ ଯୋଗେ ବାରିପଦାରୁ ସମ୍ବଲପୁର ପହଂଚି ଥିବା ବେଳେ ସମ୍ବଲପୁର ଠାରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଜିଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ମାରାଥନ ପ୍ରଚାର କରିଛନ୍ତି। ସମସ୍ତ ଦଳ ନିଜ ନିଜ ସ୍ତରରେ ଚଳାଇଥିବା ବେଳେ ଭାଜପା ନିଜ ସ୍ଥିତି ସୁଧାର କରିବା ଏବଂ ଅସନ୍ତୋଷଙ୍କୁ ସନ୍ତୋଷ କରିବା ପାଇଁ ସମସ୍ତ କଳବଳ କୌଶଳ ଆପଣଉଛନ୍ତି।
କୋଭିଡ କଟକଣା ଯୋଗୁଁ ବିଭିନ୍ନ ବୈଠକ, ନିଜର ସର୍ମ୍ପକ ସମେତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଜନତାଙ୍କୁ ନିଜ ପକ୍ଷରୁ ଆକୃଷ୍ଟ କରିବା ନିମନ୍ତେ ଦଳ ମାନେ ଚେଷ୍ଟିତ। ଶନିବାର ଦିନବ୍ୟାପି କେନ୍ଦ୍ରମନ୍ତ୍ରୀ ଟୁଡୁ ରେଙ୍ଗାଲି ବିଧାନସଭାର ଲପଙ୍ଗା, ରେଙ୍ଗାଲି ଜୋନ – ୧ ଜିଲା ପରିଷଦ ପ୍ରାର୍ଥୀନୀ ପ୍ରିୟମ୍ବଦା ବେହେରା, ଜୁଜୁମୁରା ଜୋନ – ୧ ର କବରାପାଲି ପଞ୍ଚାୟତର କବରାପାଲି ଗ୍ରାମରେ ନିର୍ବାଚନୀ ପ୍ରଚାର, ଜିଲା ପରିଷଦ ପ୍ରାର୍ଥୀନୀ ଟିକି ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ପ୍ରାର୍ଥୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଦୁର୍ନିତୀ, ଭ୍ରଷ୍ଟାଚାର, ଅପରାରଗତା ଓ ସ୍ଥାଣୁତାକୁ ତୀବ୍ର ନିନ୍ଦା କରି ଭାଜପା ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଦିନବ୍ୟାପି ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସଭାପତି ଗିରିଶ ପଟେଲ, ରାମଚନ୍ଦ୍ର ମେହେର, ଫଣି ଭୂଷଣ ମିଶ୍ର, ଡା. ପ୍ରଭାସ ଦେବତା, ଆଶିଷ ହୋତା, ଦେବେନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ପଣ୍ଡା, ନବୀନ ପ୍ରଧାନ, ତିରୋଜ ହେଡେଞ୍ଜା, ଉତ୍ତମ ବିଶ୍ୱାଳ, ମୋହନ ଦାଶ, ସରୋଜ ଘଡାଇ, ପ୍ରଦୀପ କୁମାର ବେହେରା, ମାନସ ବକ୍ସୀ, ବିଶିକେସନ ପଣ୍ଡା, କାହ୍ନୁରାମ ଶର୍ମା, ମଣ୍ଟୁ ଅଗ୍ରୱାଲ, ସୌମିକ ବାବୁ, ଶୁଭେନ୍ଦୁ ନାୟକ, ସନ୍ତୋଷ ଡାଳୁଅ, ଟୁକୁ ମହାନ୍ତି, ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ସମେତ କର୍ମୀ ମାନେ ଉପସ୍ଥିତ ରହିଥିଲେ।
Comments are closed.