ମାଳବିହାରପୁରରେ ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର

ବାଙ୍କୀ: କଦଳୀବାଡି ପଞ୍ଚାୟତ ଅଧିନ ମାଳବିହାରପୁର ଗ୍ରାମରେ ବୁଧବାର ଦିନ ଯଥାକ୍ରମେ ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସନସାଇନ୍ ୟୁଥ୍ କ୍ଲବ ଆୟୋଜନରେ ଅନୁଷ୍ଠିତ ଶିବିରକୁ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ସଂଯୋଜକ ଅଶୋକ କୁମାର ଦାସ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ, ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ବେଉରା, ଅବସରପ୍ରାପ୍ତ ସେନା ଅଧିକାରୀ ଦୀଲ୍ଲିପ ସ୍ୱାଇଁ, କାଳନ୍ଦୀ ଚରଣ ପ୍ରଧାନ, ହେମନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ। ସଂଗଠକ ଦିବ୍ୟଲୋଚନ ସ୍ୱାଇଁଙ୍କ ସାଂଗଠନିକ ନେତୃତ୍ୱ ଏବଂ ସମାଜସେବୀ ବିକ୍ରମ ସାମନ୍ତସିଂହାରଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୨ଜଣ ରୋଗୀଙ୍କର ଦନ୍ତ ଚିକିତ୍ସା ଏବଂ ୫୯ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି।

 

prayash

ଭୁବନେଶ୍ୱର ଅନଦା ଡେଣ୍ଟାଲ କେୟାର ଟିମ୍ ଏବଂ ଅନୁଗୁଳର ଲାୟନ୍ସ କ୍ଲବ ଚକ୍ଷୁ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ସମୀକ୍ଷା ଚୌଧୁରୀ ଓ ଡାକ୍ତର ଋତୁରାଜ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ସମାଜସେବୀ ବେଣୁଧର ପରିଡା, ତ୍ରିନାଥ ଜେନା ଏବଂ ସନ୍ସାଇନ୍ କ୍ଲବର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବାହ୍ନରେ ଦିଅଁ ମଙ୍ଗୁଳା ପଡିଆ ଠାରେ ସନ୍ସାଇନ୍ କ୍ଲବ ସୌଜନ୍ୟତାରେ ସ୍ଥାପିତ ନେତାଜୀ ସୁଭାଷ ବୋଷ ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।

 

kalyan agarbati

Comments are closed.