ପଞ୍ଚାୟତ ନିର୍ବାଚନ: ଚର୍ଚ୍ଚାରେ ସରପଞ୍ଚ ଆଶାୟୀ ପ୍ରିୟା କିନ୍ନର

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗ୍ରାମାଞ୍ଚଳ ରାଜନୀତି ଏବେ ସରଗରମ ହୋଇ ଉଠିଛି। ମନ୍ତ୍ରୀ ବିଧାୟକ ନେତା ସମସ୍ତେ ରାଜଧାନୀ ଛାଡି ଏବେ ଗାଁ ଆଡକୁ ମୁହାଇଁଛନ୍ତି। ଏହି ନିର୍ବାଚନରେ କେଉଁଠି ପୂର୍ବତନ ମନ୍ତ୍ରୀ ସମିତି ସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ତ କେଉଁଠି ପିଏଚଡି ଡିଗ୍ରୀ ଧାରୀ ଯୁବକ, ଡାକ୍ତର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୁଣି କେଉଁଠି ଜିଲ୍ଲାପରିଷଦ ସଭ୍ୟ ସରପଞ୍ଚ ପଦ ରେ ଏବଂ ସରପଞ୍ଚ ଥିବା ବ୍ୟକ୍ତି ଓାର୍ଡ ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ ଚଳିତ ନିର୍ବାଚନରେ ସମ୍ବଲପୁର ଜିଲା ରେଙ୍ଗାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ ପାଇଁ ରମାକାନ୍ତ ସାହୁ ଓରଫ ପ୍ରିୟା କିନ୍ନର ଓରଫ କିରନ୍ ପ୍ରତିଦ୍ୱନ୍ଦିତା କରୁଛନ୍ତି, ଯାହା ସ୍ଥାନୀୟ ଅଞ୍ଚଳରେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ରେଙ୍ଗାଲି ବ୍ଳକ୍ କିନ୍ନର ସଂଘର ସଭାପତି ଭାବେ କାର୍ଯ୍ୟ କରୁଥିବା ରମାକାନ୍ତ ସାହୁ ଓରଫ ପ୍ରିୟା କିନ୍ନର କରୋନା ସମୟରେ ଅସହାୟ ଗରିବ ଲୋକଙ୍କୁ ଏକାକି ସହାୟତାର ହାତ ବଢାଇ ପନିପରିବା ତଥା ଅନ୍ୟନ୍ୟା ଖାଇବା ସାମଗ୍ରୀ ସହାୟତା ଯୋଗାଇ ଦେଇଥିଲେ। ଏହାସହିତ ରେଙ୍ଗାଲି ଟାଇଗର ଗ୍ରୁପ୍ ସହିତ ମିଶି ଅନେକ ଅସହାୟ ଲୋକଙ୍କୁ ସହାୟତା କରିବାରେ ସହଯୋଗ କରିଛନ୍ତି। କରୋନା ପୂର୍ବରୁ ବର୍ଷ ବର୍ଷ ଧରି ଅପରିଷ୍କାର ଅବସ୍ଥାରେ ପଡିଥିବା ରେଙ୍ଗାଲି ପୁରୁଣାବସ୍ତିର ତେଳିକଟା, ରାମାପଡା ଗ୍ରାମର ପୋଖରୀ ଏବଂ ଲପଙ୍ଗା ଆଦି ଗ୍ରାମର ପୋଖରୀ ଓ କଟାର ଦଳ ସଫା ଏବଂ ଗାଧୁଆ ତୁଠ ପରିଷ୍କାର କରି ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି।

prayash

ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂକ୍ରାନ୍ତରେ ପ୍ରିୟା କିନ୍ନର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରେଙ୍ଗାଲି ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ଏବଂ ଦୁର୍ନୀତି ମୁକ୍ତ ପଞ୍ଚାୟତରେ ପ୍ରତିଷ୍ଠା କରିବା ମୋର ଲକ୍ଷ୍ୟ ରହିଛି। ଏହାସହିତ କିନ୍ନରମାନଙ୍କ ଅଧିକାର କୁ ସାବ୍ୟସ୍ତ କରିବାରେ ଏହା ମୋତେ ସହାୟକ ହୋଇପାରିବ। ସେହିପରି ପଞ୍ଚାୟତର ଅସହାୟ ଗରିବମାନଙ୍କୁ ସହାୟତା ପ୍ରଦାନ କରି ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ୟ ସରକାରୀ ସହାୟତାରୁ ବଞ୍ଚିତ ଥିବା ବ୍ୟକ୍ତିଙ୍କ ପାଖକୁ ସରକାରୀ ସୁବିଧା ପହଞ୍ଚାଇବାକୁ ଉଦ୍ୟମ କରିବ। ବୃଦ୍ଧ ବାପାମାଆମାନଙ୍କୁ ଉପେକ୍ଷା କରି ବୃଦ୍ଧାଶ୍ରମରେ ଛାଡଦେବା ସମସ୍ୟାକୁ ବନ୍ଦ କରିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି। ରେଙ୍ଗାଲି ପଞ୍ଚାୟତ ଅଞ୍ଚଳରେ ପିଇବା ପାଣି ସମସ୍ୟାର ସମଧାନ, ଗାଧୋଇବା ପାଇଁ ଥିବା ବନ୍ଧ, କଟା ପୋଖରୀ ଆଦି ଜଳାଶୟ ଗୁଡିକ ଅପରିଷ୍କାର ଓ ଅପନ୍ତରା ହୋଇ ପାଣି ଦୂଷିତ ହୋଇଥିବାରୁ ଏସବୁ ପାରମ୍ପାରିକ ଜଳାଶୟ ଗୁଡିକର ପୁନଃରୁଦ୍ଧାର କରିବା ମୋର ଲକ୍ଷ୍ୟ ରହିବ। କରୋନାମହାମାରୀ ସମୟ ରେ ମୁଁ ମୋର ନିଜସ୍ୱ ଉଦ୍ୟମ ରେ ସାଧ୍ୟମତେ ବହୁ ଅସହାୟ ଗରିବ ପରିବାରକୁ ପନିପରିବା ଓ ଶୁଖା ଖାଦ୍ୟ ଯୋଗାଇଦେଇଛି ଏବଂ ରେଙ୍ଗାଲିର ଟାଇଗରଗ୍ରୁପ୍ ସହିତ ସାମିଲ୍ ହୋଇ ବହୁ ସଂଖ୍ୟକ ପରିବାର ବର୍ଗଙ୍କ ପାଖକୁ କରୋନା ମହାମାରୀ ସମୟରେ ଖାଦ୍ୟ ସାମଗ୍ରୀ ପଞ୍ଚାଇବାରେ ସହଯୋଗ କରିଛି। ଏତେ ବର୍ଷ ଧରି ଯେତେ ସରପଞ୍ଚ ହୋଇଛନ୍ତି ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତଗତ ସ୍ୱାର୍ଥ ସାଧନରେ ବ୍ୟସ୍ତ ରହିଥିବାରୁ ରେଙ୍ଗାଲି ଗ୍ରାମପଞ୍ଚାୟତର ଯେପରି ଉନ୍ନତି ହେବା କଥା ହୋଇ ନାହି। ମୁଁ ନିଃସ୍ୱାର୍ଥପର ଭାବରେ ଜନସାଧାରଣଙ୍କ ସେବା କରିବି। ନ୍ୟାୟ ଏବଂ ମୌଳିକଅଧିକାରରୁ ବଞ୍ଚିତ ଥିବା ବର୍ଗର ଲୋକଙ୍କ ସମସ୍ୟାର ସମାଧାନ କରିବା ସହିତ ରେଙ୍ଗାଲି ଗ୍ରାମପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ମୋର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ ବୋଲି ପ୍ରିୟା କିନ୍ନର ପ୍ରତିକ୍ରିୟା ବ୍ୟକ୍ତ.କରିଛନ୍ତି।
ଉଲ୍ଳେଖ ଯୋଗ୍ୟଯେ ପ୍ରିୟା କିନ୍ନରଙ୍କ ବ୍ୟତୀତ ଏହି ପଞ୍ଚାୟତରେ ଆହୁରି ୧୩ ଜଣ ପ୍ରାର୍ଥ ସରପଞ୍ଚ ହେବାକୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେଥିମଧ୍ୟରୁ ଏବେ ଜିଲ୍ଲା ପରିଷଦ ସଭ୍ୟ ଥିବା ଏବଂ ପୂର୍ବରୁ କତରବଗା ପଞ୍ଚାୟତର ସରପଞ୍ଚ ଥିବା ତିରୋଜ ହେଡେଞ୍ଜା ଭଳି ଅଭିଜ୍ଞ ରାଜନେତା ସାମିଲ ଅଛନ୍ତି। ହେଡେଞ୍ଜାଙ୍କ ବ୍ୟତୀତ ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି,ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନ ଓ ସହାୟତା ଥିବା ବ୍ୟକ୍ତି ସରପଞ୍ଚ ପଦରେ ପ୍ରତିଦ୍ୱିନ୍ଦିତା କରୁଛନ୍ତି।

kalyan agarbati

Comments are closed.