www.samajalive.in
Wednesday, December 10, 2025
16.1 C
Bhubaneswar

ଆମର ଲକ୍ଷ୍ୟ ନାକ୍ ଏ++, ଦଳଗତ ପ୍ରଚେଷ୍ଟା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ :କୁଳପତି

ଭୁବନେଶ୍ୱର: ଉତ୍କଳ ବିିଶ୍ୱବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଦଳଗତ କାର୍ଯ୍ୟ କଲେ ନିଶ୍ଚୟ ସଫଳତା ମିଳିବ ଏବଂ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଜୁନ ମାସରେ ନାକ ପିଅର ଟିମ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସୁଥିବାରୁ ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ।
୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ରଖି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବପୁରାତନ ବିଶ୍ବବିଦ୍ୟାଳୟ ଭାବରେ ସଫଳତା ପୂର୍ବକ ୭୮ତମ ବର୍ଷରେ ପଦାର୍ପଣ କରି ବହୁ ଇତିହାସ ସୃଷ୍ଟି କରିସାରିଛି। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବହୁ କାର୍ଯ୍ୟଶୈଳୀକ ବାତାବରଣ ସୃଷ୍ଟି କରିଛି, ଯାହା ଛାତ୍ରଛାତ୍ରୀଙ୍କୁ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ କରାଇ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଭାରତର ୧୦ ଗୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ରାଜ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗୋଟିଏ ମାତ୍ର ବିଶ୍ବବିଦ୍ୟାଳୟ, ଯାହାକି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରେ ଆର୍ଥିକ ଅନୁଦାନର ଅନ୍ତର୍ଭୁକ୍ତ ହୋଇପାରିଛି। ଯାହା ବିଶ୍ବବିଦ୍ୟାଳୟକୁ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଗବେଷଣାକୁ ତ୍ବରାନ୍ବିତ କରିବାକୁ ସୁଯୋଗ ଦେଇଛି। ଆହୁରି ମଧ୍ୟ ବିଶ୍ବବ୍ୟାଙ୍କ ସହାୟତା ଫଳରେ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ମାଧ୍ୟମରେ ବହୁ ଆଧୁନିକ ଗବେଷଣା କାମ ହୋଇପାରୁଛି। ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦୦ ଟି ଆସନରୁ ୮୭ ତମ ସ୍ଥାନରେ ରହିଛି ଏବଂ ନାକ୍ ଦ୍ବାରା ‘ଏ+’ ମାନ୍ୟତା ପାଇଛି। ଚଳିତ ବର୍ଷ ଜୁନ ମାସରେ ନାକ୍ ଟିମ୍ ଆସୁଥିବାରୁ କିପରି ‘ଏ+’ ରୁ ‘ଏ++’ ହୋଇପାରିବ ତାହା ଆମର ମୂଳ ଲକ୍ଷ୍ୟ ରହିଛି। ଏଥିପାଇଁ ଦଳଗତ ପ୍ରଚେଷ୍ଟା ହିଁ  ସର୍ବଶ୍ରେଷ୍ଠ ମାଧ୍ୟମ ହେବ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତି ଦିଗରେ ବହୁତ ଉନ୍ନତି ହୋଇଛି ଏବଂ ଏହାର ଅଧିକ ଦୃଢିଭୂତ ପାଇଁ ବିଏସ୍ଏନ୍ଏଲ୍ କର୍ତ୍ତୁପକ୍ଷଙ୍କ ସହ ମଧ୍ୟ ବିଚାର ବିମର୍ଷ କରାଯାଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ସ୍ବଚ୍ଛ ଓ ସବୁଜ କରିବା ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି। ଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶ ଓ କ୍ୟାମ୍ପସ୍ ବାତାବରଣ କିପରି ଶୃଙ୍ଖଳିତ ରହିବ, ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ ଉଦ୍‍ଘାଟିତ ହୋଇଥିବା ଇ-ଅଫିସ କାର୍ଯ୍ୟକାରୀ ହେବା ଦ୍ୱାରା ଫାଇଲ ପରିଚାଳନା ଶୀଘ୍ର ହେବ। ଦ୍ୱିତୀୟ ଫାଟକ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମକର୍ତ୍ତାମାନେ ସଂକଳ୍ପବଦ୍ଧ ହେବା ଦରକାର ଏବଂ ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ଉତ୍ସବରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଯୋଗଦେଇ କହିଥିଲେ ଯେ ଭାରତ ବର୍ଷକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଛି। ସେହି ରାଷ୍ଟ୍ରର ଯେଉଁ ସ୍ୱପ୍ନ ଥିଲା ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସାକାର କରଯାଇପାରିନାହିଁ। ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ, ସର୍ଦ୍ଧାର ପଟେଲ, ଆବୁଲ କଲାମ ଆଜାଦଙ୍କ ସ୍ବପ୍ନକୁ ନେଇ ବାବା ସାହେବ ଆମ୍ବେଦକର ପ୍ରଣୟନ କରିଥିଲେ ଆଜିର ସାର୍ବଭୌମ ଗଣତାନ୍ତ୍ରିକ ସମ୍ବିଧାନ। ଭାରତ ବର୍ଷକୁ ଏକ ସୁନ୍ଦର ଓ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଠନ କରିବା ପାଇଁ ସେହି ସମ୍ବିଧାନ କାର୍ଯ୍ୟକାରୀ ହୋଇ ଆସୁଛି। ତେଣୁ ଆଜି ଦେଶର ସବୁ ନାଗରିବ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଦରକାର ବୋଲି ପ୍ରଫେସର ମଲ୍ଲିକ ପ୍ରକାଶ କରିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ନିୟମ ଅନୁପାଳନ ପୂର୍ବକ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ସୀମିତ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ବାଣୀବିହାର ପରିସରରେ ପାଳିତ ହୋଇଥିବା ୭୩ତମ ସାଧାରଣତନ୍ତ୍ର ଦିବସର ସିଧାପ୍ରସାରଣ ସାମାଜିକ ଗଣମାଧ୍ୟମରେ କରାଯାଇଥିଲା।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories