www.samajalive.in
Monday, December 15, 2025
24.1 C
Bhubaneswar

ଆରଏସ୍‍ଏସ୍‍ ମନ୍ଦିରକୁ ଭୂତ ଯାଆନ୍ତି ନାହିଁ : ବିଜେପି ନେତା

ନୂଆଦିଲ୍ଲୀ : ରାଷ୍ଟୀୟ ସ୍ୱୟଂସେବକ ସଂଘ(ଆରଏସ୍‍ଏସ୍‍)ର ତିନି ଦିନିଆ ମନ୍ଥନ ଶିବିର ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ବ୍ୟତୀତ ଅନ୍ୟ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ କିଛି ନେତା ଯିବାପାଇଁ ମନା କରିଦେଇଛନ୍ତି। ଯାହାକୁ ନେଇ ହରିୟାଣା ବିଜେପି ନେତା ଅନୀଲ ବିଜ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଆରଏସ୍‍ଏସ୍‍ ଏକ ଦେଶଭକ୍ତି ମନ୍ଦିର। ମନ୍ଦିରକୁ ଭୂତ ପିଶାଚ ଯାଆନ୍ତି ନାହିଁ। କାରଣ ତାଙ୍କୁ ଡର ଲାଗିଥାଏ’।
ଆରଏସ୍‍ଏସ୍‍ର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଛି। ‘ଭବିଷ୍ୟତ ଭାରତରେ ଆରଏସ୍‍ଏସ୍‍ର ଦୃଷ୍ଟିକୋଣ’ କାର୍ଯ୍ୟକ୍ରମର ଶୀର୍ଷକ ରହିଛି। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାବ୍ୟତୀତ ଧାର୍ମିକ ଗୁରୁ, ଚଳଚ୍ଚିତ୍ର କଳାକାର, ଖେଳାଳୀ ଆଦି ଯୋଗ ଦେବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି, ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର, ଗାୟକ ଅନୁ ମଲ୍ଲିକ, ଅନୁ କାପୁର ଓ ମନୀଷା କୋରେଲା ଆଦି ଯୋଗ ଦେଇଛନ୍ତି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories