ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌, କୋୟା ଜନଜାତିଙ୍କ ନୃତ୍ୟ ଓ ସଂଗୀତ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୨୩ ତାରିଖ ଦିନ ଦର୍ଶକମାନେ କୋୟା ଜନଜାତିଙ୍କର ନୃତ୍ୟ ଓ ସଂଗୀତକୁ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ନୃତ୍ୟ ଓ ସଂଗୀତ କୋୟା ଜନଜାତିଙ୍କ ଉତ୍ସବର କେନ୍ଦ୍ରବିନ୍ଦୁ। ଚୈତ୍ର ମାସରେ ବିଜାପଡ଼ୁଙ୍କର ପବିତ୍ର ବିହନ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବ ଗ୍ରାମ୍ୟ ଦେବତା ‘ଗୁଡ଼ିମାତା’ଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ ଏବଂ ପ୍ରଚୁର ଫସଲ ଅମଳ ନିମନ୍ତେ ଦେବୀଙ୍କୁ ପ୍ରାର୍ଥନା କରାଯାଏ। ଏହି ଉତ୍ସବରେ ‘କୋୟା’ ଜନଜାତି ମହିଳାମାନେ ଶିକାରରୁ ଫେରିଥିବା ପୁରୁଷମାନଙ୍କୁ ନୃତ୍ୟ, ଗୀତ ଓ ବାଦ୍ୟ ଦ୍ୱାରା ସ୍ୱାଗତ କରିଥାନ୍ତି।

prayash

ବିଭିନ୍ନ ଅବସରରେ ପୁରୁଷ ଓ ମହିଳାମାନେ ଏକତ୍ର ନୃତ୍ୟ କରିଥାନ୍ତି। ନୃତ୍ୟ କରୁଥିବା ସମୟରେ କୋୟା ଜନଜାତି ମହିଳାମାନେ ପିତ୍ତଳ ମୁଣ୍ଡବନ୍ଧା ବା ହେଡ୍‌ବ୍ୟାଣ୍ଡ ପରିଧାନ କରିଥାନ୍ତି। ଘଣ୍ଟି ସହିତ ସଂଯୁକ୍ତ ହୋଇଥିବା କାଠି ବ୍ୟବହାର କରି ସଂଗୀତର ତାଳେ ତାଳେ ନୃତ୍ୟ କରିଥାନ୍ତି। ପୁରୁଷମାନେ ମୁଣ୍ଡରେ ଏକ ବିଶେଷ ମହିଷ ଶିଙ୍ଗର ମୁକୁଟରେ ସଜାଇ ହୋଇଥାନ୍ତି। ଏହି ମୁକୁଟଗୁଡ଼ିକୁ ସେମାନେ ବଂଶାନୁକ୍ରମେ ବ୍ୟବହାର କରିଥାନ୍ତି। ‘କୋୟା’ ଜନଜାତି କଉଡ଼ିକୁ ଅଳଙ୍କାର ଭାବେ ବ୍ୟବହାର କରିଥାନ୍ତି। ପୁରୁଷମାନେ କାନ୍ଧରେ ବଡ଼ଢୋଲ ଝୁଲାଇ ଥାଆନ୍ତି। ନୃତ୍ୟ ସମୟରେ ସେମାନେ ଢୋଲ ବଜାଇ ନାଚିଥାନ୍ତି। ‘କୋୟା’ ଜନଜାତିଙ୍କର ମହିଷ ଶିଙ୍ଗର ସାଜସଜ୍ଜା ସହିତ ବସ୍ତରର ‘ମାରିଆ’ମାନଙ୍କର ସମାନତା ରହିଛି । ବିଭିନ୍ନ ଉତ୍ସବ ମାଧ୍ୟମରେ ‘କୋୟା’ ଜନଜାତି ସଂପ୍ରଦାୟ ପ୍ରକୃତି ସହ ନିଜକୁ ସାମିଲ କରି ପରିବେଶ ସହିତ ସମନ୍ୱୟ ରକ୍ଷା କରିଥାନ୍ତି।

kalyan agarbati

Comments are closed.