www.samajalive.in
Monday, December 8, 2025
16.1 C
Bhubaneswar

ମା’ତାରିଣୀଙ୍କ ମନ୍ଦିରର ନବମ ବାର୍ଷିକ ଉତ୍ସବ

ସାରନଗରୀ: ଦକ୍ଷିଣ ରାଉରକେଲା ଲକ୍ଷ୍ମୀମାର୍କେଟସ୍ଥିତ ମା’ତାରିଣୀଙ୍କ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ଗତକାଲି ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟ ଶେଷ ହେବା ପରେ ଆଜି ଘଟ ଉତ୍ତୋଳନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଘଟ ଉତ୍ତୋଳନ କାର୍ଯ୍ୟରେ ଆଖ ପାଖ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଏକ କଳସ ଶୋଭା ଯାତ୍ରାରେ ବାହାରି ତରକେରା ଘାଟରେ ପଣ୍ଡିତ ହେମନ୍ତ ନନ୍ଦଙ୍କ ପୂଜାପାଠ ଓ ସହଯୋଗୀ ସିଧେଶ୍ୱର ମିଶ୍ର, ଦୁର୍ଗା ପ୍ରସାଦ ଦାଶ, ଦୀବାକର ଶତପଥିଙ୍କ ମନ୍ତ୍ର ଉଚାରଣ ପରେ ଘଟ ଉତ୍ତୋଳନ କରାଯାଇଥିଲ। ଏହାପରେ ଘଣ୍ଟ ଘଣ୍ଟା ଓ ମୃଦଙ୍ଗ କିର୍ତ୍ତନ ବାଦ୍ୟ କରି ଘଟ ଧାରଣ କରିଥିବା ସମସ୍ତ ମହିଳା ପୁରୁଷମାନଙ୍କୁ ମନ୍ଦିର ନିକଟକୁ ଅଣାଯାଇଥିଲ। ପୂଜକଙ୍କ ମନ୍ତ୍ରଧ୍ୱନୀ ସହିତ ଝୁଣା, ଧୂପ ଓ କର୍ପୁରର ମହକରେ ଉକ୍ତ ଅଞ୍ଚଳରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲ। ପରେ ପରେ ବାର୍ଷିକପୂଜା ଉତ୍ସବ ଓ ଯଜ୍ଞ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲ। ଆସନ୍ତାକାଲି ମନ୍ଦିରର ଚଣ୍ଡିପାଠ କରାଯିବା ସହିତ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ ।

 

- Advertisement -

ଉକ୍ତ ବାର୍ଷିକ ଉତ୍ସବରେ କର୍ତ୍ତା ଭାବେ ମନୋରଂଜନ ପ୍ରହରାଜ ଓ ସହଧର୍ମିଣୀ ସଂଘମିତ୍ରା ପ୍ରହରାଜ କାର୍ଯ୍ୟ ତୁଲାଇଥିଲେ। ସହଯୋଗୀ କର୍ତ୍ତା ଭାବେ ବିକାଶ ଗିରି ଓ ପୂର୍ଣ୍ଣଚନ୍ଦ୍ର ପରିଜା ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଭାପତି ପିଙ୍କୁ ନାୟକ, ସମ୍ପାଦକ ବିକାଶ ଗିରି, ଅକ୍ଷୟ ସାହୁ, ଲଷ୍ମୀକାନ୍ତ କର, ପ୍ରକାଶ ମୋଦକ, ଲିପୁ ସାମଲ, ଶଙ୍କର ରାୟ, ହରିଶ ପଟେଲ, ଅମୀତ ଠାକୁର, ପ୍ରତାପ ଡ଼ାଗେରା, ଦର୍ପ ନାରାୟଣ ମହାନ୍ତି, ସୁରେନ୍ଦ୍ର ପାତ୍ର ସମେତ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories