www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନ ଓ ଇଣ୍ଡୋନେସିଆରୁ ବିପୁଳ ଷ୍ଟେନଲେସ ଷ୍ଟିଲ ଆମଦାନୀ ନିୟନ୍ତ୍ରଣ କରିବାକୁ କେନ୍ଦ୍ରକୁ ପତ୍ର

ନୂଆଦିଲ୍ଲୀ: ଚୀନ ଓ ଇଣ୍ଡୋନେସିଆରୁ ଭାରତକୁ ବିପୁଳ ପରିମାଣରେ ଆମଦାନୀ କରାଯାଉଥିବା ଷ୍ଟେନଲେସ ଷ୍ଟିଲ ଉପରେ ପ୍ରତିପାତକ ଶୁଳ୍କ (କାଉଣ୍ଟରଭେଲିଂ ଡ୍ୟୁଟି) ପୁନଃ ଲାଗୁ କରିବା ଏହି ଆମଦାନୀ ନିୟନ୍ତ୍ରଣ କରିବାକୁ ଦେଶର ଘରୋଇ ଷ୍ଟେନଲେସ ଷ୍ଟିଲ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଶୀର୍ଷ ସଂଗଠନ ଇଣ୍ଡିଆନ ଷ୍ଟେନଲେସ ଷ୍ଟିଲ ଡେଭଲପମେଣ୍ଟ ଆସୋସିଏସନ (ଆଇଏସଏସଡିଏ) ଭାରତ ସରକାରଙ୍କୁ ଅନୁରୋଧ କରିଛି। ଅର୍ଥ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟ ସମେତ ସର୍ବୋଚ୍ଚ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ନିଜ ପକ୍ଷ ରଖି ଆଇଏସଏସଡିଏ ଆଗାମୀ କେନ୍ଦ୍ର ବଜେଟ ପୂର୍ବରୁ ଭାରତୀୟ ବିନିର୍ମାଣକାରୀ ଏବଂ ଏମଏସଏମଇଗୁଡିକ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇଦେବାକୁ ଅନୁରୋଧ କରିଛି।

ଏହି ମର୍ମରେ ଏକ ପତ୍ରରେ ଆଇଏସଏସଡିଏର ପ୍ରେସିଡେଣ୍ଟ କେ କେ ପାହୁଜା କହିଛନ୍ତି ଯେ, ନୂଆ ନୂଆ କ୍ଷେତ୍ରରେ ବ୍ୟବହାର ସହିତ ଷ୍ଟେନଲେସ ଷ୍ଟିଲ ଆମ ଦେଶର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟାବଶ୍ୟକ ବୋଲି ନିଜକୁ ପ୍ରମାଣିତ କରିଛି। ଜାତୀୟ ଇସ୍ପାତ ନୀତି ୨୦୧୭ରେ ରଖାଯାଇଥିବା ଲକ୍ଷ୍ୟ ମୁତାବକ ଦେଶର ମୋଟ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷମତା ୬ ନିୟୁତ ଟନ୍‍ରୁ ୨୦୩୦ ସୁଦ୍ଧା ୯ ନିୟୁତ ଟନ୍‍କୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ପରିତାପର ବିଷୟ ଯେ, ଆମଦାନୀ ଚାପରେ ଘରୋଇ ଷ୍ଟେନଲେସ ଷ୍ଟିଲ ଶିଳ୍ପର ସ୍ଥାପିତ କ୍ଷମତାର ମୋଟ ବ୍ୟବହାର ମାତ୍ର ୬୦% ହେଉଛି। ଚୀନ ଓ ଇଣ୍ଡୋନେସିଆରୁ ରିହାତି ମୂଲ୍ୟରେ ହେଉଥିବା ବିପୁଳ ପରିମାଣର ଷ୍ଟେନଲେସ ଷ୍ଟିଲ ଆମଦାନୀ ଉପରେ ପ୍ରତିପାତକ ଶୁଳ୍କ (ସିଭିଡି) ପୁନଃ ଲାଗୁ କରାଗଲେ ତାହା ଭାରତୀୟ ଉତ୍ପାଦନକାରୀ, ବିଶେଷକରି ଏମଏସଏମଇଗୁଡିକ ସକାଶେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବ।

- Advertisement -

୨୦୨୧ ଡିସେମ୍ବରରେ ୟୁରୋପୀୟ କମିଶନ ଇଣ୍ଡୋନେସିଆରୁ ଷ୍ଟେନଲେସ ଷ୍ଟିଲ ସିଆର ଫ୍ଲାଟ ଉତ୍ପାଦ ଉପରେ ୩୪.୩% ପ୍ରତିପାତକ ଶୁଳ୍କ ଲାଗୁ କରିଥିଲା। ଅଧିକାଂଶ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ରାଷ୍ଟ୍ର ସେମାନଙ୍କର ଘରୋଇ ଉତ୍ପାଦନକାରୀଙ୍କୁ ସୁରକ୍ଷା ପ୍ରଦାନ କରିଥିବାରୁ ପଦକ୍ଷେପ ଗ୍ରହଣ କରିଥିବାରୁ ଏହି ଦୁଇ ରାଷ୍ଟ୍ର ଭାରତକୁ ଏକମାତ୍ର ଉପଲବ୍ଧ ଆକର୍ଷଣୀୟ ଏବଂ ଉନ୍ମୁକ୍ତ ବଜାର ଭାବରେ ବିବେଚନା କରୁଛନ୍ତି। ଚାହିଦା ପୂରଣ ନିମନ୍ତେ ଘରୋଇ ଶିଳ୍ପର ପର୍ଯ୍ୟାପ୍ତ କ୍ଷମତା ରହିଛି, କିନ୍ତୁ ଅପ୍ରତ୍ୟାଶିତ ଆମଦାନୀ ଘରୋଇ ଶିଳ୍ପକୁ ତାହାର ବାସ୍ତବ ସାମର୍ଥ୍ୟକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ବିଶ୍ୱର ଦ୍ୱିତୀୟ ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଭାବରେ ଭାରତର ସ୍ଥାନ ପୁଣି ଫେରାଇ ଆଣିବା ଏବଂ ପ୍ରଧାନମନ୍ତ୍ରୀଙ୍କର ‘ଆତ୍ମନିର୍ଭର ଭାରତ ଗଠନ’ ଲକ୍ଷ୍ୟ ପୂରଣ ଦିଗରେ ଶିଳ୍ପର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧିକୁ ସମର୍ଥ କରାଇବା ଦିଗରେ ସରକାରୀ ନୀତିଗତ ସମର୍ଥନ ନିତାନ୍ତ ଆବଶ୍ୟକ ହେଉଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories