www.samajalive.in
Monday, December 15, 2025
24.1 C
Bhubaneswar

ବଡ଼ମାଲ ଗ୍ରାମମୁହାଁ ହାତୀପଲ ; ପାଣିଟାଙ୍କି, ଜମିର ହୀଡ଼ ଭାଙ୍ଗିଲେ

ବୁର୍ଲା : ବୁର୍ଲା ପଟ ରାଇଟ୍ ଡାଇକ ଅଞ୍ଚଳର ଚାନ୍ଦଲୀଡୁଙ୍ଗ୍ରୀ ଜଙ୍ଗଲ ହାତୀପଲ ଆଶ୍ରୟ ନେଇଥିବା ବେଳେ ଏହା ତାଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି। ସକାଳୁ ସନ୍ଧ୍ୟା ଯାଏ ହାତୀପଲ ଲୁଚି ରହୁଛନ୍ତି ସନ୍ଧ୍ୟାପରେ ବାହାରୁଛନ୍ତି। ଏପରିକି ଏହି ହାତୀପଲ ଗତକାଲି ଠାରୁ ବଡ଼ମାଲ ଗ୍ରାମ ମୁହାଁ ହୋଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ହାତୀ ପାଇଁ ଏକ ଭୟର ବାତାବରଣ ଖେଳିଯାଇଛି। ଏହି ହାତୀପଲ ପ୍ରଥମେ ଜଳଭଣ୍ଡାର ନିକଟକୁ ଆସିବା ପରେ ହୁଏତ ଖାଦ୍ୟ ଅନ୍ୱେଷଣରେ ଗ୍ରାମମୁହାଁ ହେଲେଣୀ।  ବୁଧବାର ରାତି ସମୟରେ ଏହି ହାତୀପଲ ଜିରୋ ପଏଣ୍ଟ ନିକଟକୁ ଆସିବା ପରେ କିଛି ସ୍ଥାନିୟ ଲୋକେ ଲାଇଟ ଟର୍ଚ୍ଚ ତଥା ବାଣ ଫୁଟାଇବା ପରେ ପୁଣି ବନ୍ଧତଳପଟ ଦେଇ ବଡ଼ମାଲ ଗ୍ରାମ ମୁହାଁ ହୋଇଥିବା ଜଣାପଡ଼ିଛି।

ମଙ୍ଗଳବାର ଦିନ ଏହି ହାତୀପଲ ବଡ଼ମାଲ ଗ୍ରାମକୁ ପ୍ରବେଶ କରିବା ସହିତ ଗ୍ରାମ ମଧ୍ୟରେ ଦୁଇଟି ପାଣିଟାଙ୍କିକୁ ଭାଙ୍ଗି ନଷ୍ଟ କରିବା ସହ ଜମିକୁ ପ୍ରବେଶ କରି ଜମିର ହିଡ଼ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସେପଟେ ପୁଣି ବାଟିମୁଡ଼ା ଗ୍ରାମକୁ ମଧ୍ୟ ପ୍ରବେଶ କରିଥିଲେ ତେବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ବେଳେ ହାତୀପଲ ଗାଁ କୁ ଗାଁ ବୁଲି ପୁଣି ରାତିରେ ହିଁ ଚାନ୍ଦଲୀଡୁଙ୍ଗ୍ରୀ ସାପଦୁଏଲ ମଧ୍ୟକୁ ପ୍ରବେଶ କରି ଆତ୍ମଗୋପନ କରୁଛନ୍ତି। ଜିରୋ ପଏଣ୍ଟ ନିକଟରେ ବୁଲାବୁଲି କରିବା ସହିତ ଜଳଭଣ୍ଡାରରୁ ପାଣି ପିଉଥିବା ସୂଚନା ହସ୍ତଗତ ହୋଇଛି। ସେପଟେ ଜିରୋ ପଏଣ୍ଟର ବୋଟିଙ୍ଗ ପଏଣ୍ଟ ନିକଟକୁ ମଧ୍ୟ ଆସିଥିବା ସୁଚନା ହସ୍ତଗତ ହୋଇଛି।
ବନ୍ଧ ରାସ୍ତା ରାତିହେବା ମାତ୍ରେ ଜନ ଶୁନ୍ୟ ହୋଇଯାଉଛି। ବରହମ୍ପୁରା ପଟରୁ ଆସିଥିବା ହାତିପଲରେ ୧୪ଟି ହାତୀ ରହିଥିବା ବେଳେ ଦୁଇଟି ଦନ୍ତାହାତୀ, ଦୁଇରୁ ତିନୋଟି ଶିଶୁହାତି ରହିଥିବା ସୁଚନା ହସ୍ତଗତ ହୋଇଛି। ଏପରିକି ବନ୍ଧମୁଖ୍ୟ ରାସ୍ତାରେ ରାତି ହେଲେ ତାଙ୍କର ଆଗମନ ଆରମ୍ଭ ହୋଇଯାଉଛି। ପୁଣି ହାତୀପଲ ବିଳମ୍ବିତ ରାତିରେ ଜିରୋ ପଏଣ୍ଟ, ଫିସେରି ପଏଣ୍ଟ ନିକଟକୁ ଆସି ପୁଣି ବୁଲାବୁଲି କରିଥିବା ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ଏହି ହୀରାକୁଦ ବନ୍ଧ ପଟକୁ ଲୋକେ ହାତୀ ଭୟରେ ଯିବା ଆସିବା କରିବା ପାଇଁ ଭୟ ପ୍ରକାଶ କରୁଛନ୍ତି। ସେପଟେ ପୁର୍ବରୁ ଚାନ୍ଦଲୀଡୁଙ୍ଗ୍ରୀ ଓଡ଼ିଶାର ଦ୍ୱିତୀୟ ଚିଡ଼ିଆଖାନା କରାଯିବା ପାଇଁ ପୁର୍ବରୁ ଦାବୀ ହୋଇ ଆସୁଛି। ତେବେ ବନ୍ୟବିଭାଗ ତରଫରୁ ହାତୀପଲ ଉପରେ ନଜର ରଖାଯାଇଥିବା ବେଳେ ଆଗକୁ ହାତୀପଲ ତାଙ୍କର ଗନ୍ତବ୍ୟ ପଥକୁ ଫେରିବେ ନା ଏହି ସ୍ଥାନରେ ରହିବେ ତାହା ଜଣାପଡିବ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories