ବୁର୍ଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ୧୦୨ ବର୍ଷିୟ ଜିତେନ୍ଦ୍ରିୟ ପ୍ରଧାନ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଗତ ୧୯୪୨ ମସିହାରେ ଅଗଷ୍ଟ ମାସ ୯ ତାରିଖରେ ଜାତୀୟ ପିତା ମହାତ୍ମାଗାନ୍ଧୀ ଆହ୍ୱାନକ୍ରମେ ବ୍ରିଟିଶ ସରାକର ବିରୋଦ୍ଧରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ପାଣିମୋରା ଗ୍ରାମର ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅନ୍ୟତମ ତେବେ ପାଣିମୋରାକୁ ଅହିଂସା ତୀର୍ଥ ବୋଲି ମଧ୍ୟ ନାମକରଣ କରାଯାଇଛି କାରଣ ସେହି ସମୟରେ ପ୍ରାୟ ସମସ୍ତ ଗ୍ରାମବାସୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତେବେ ସେହିଦିନଠାରୁ ଅଗଷ୍ଟ ମାସ ୯ ତାରିଖକୁ କ୍ରାନ୍ତି ଦିବସ ଭାବରେ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କ ସମ୍ମାନର୍ଥେ ପାଳନ କରାଯାଉଛି । ପାଣିମୋରା ଗ୍ରାମର ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଜିତେନ୍ଦ୍ରିୟ ପ୍ରଧାନ ରହିଛନ୍ତି । ସାରା ରାଜ୍ୟରେ ଏହି ପାଣିମୋରା ଗ୍ରାମରୁ ସର୍ବାଧିକ ୩୨ ଜଣ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ସହିତ ଜେଲଦଣ୍ଡ, ଲାଠିମାଡ଼ ଏବଂ ନିର୍ୟ୍ୟାତନା ମଧ୍ୟ ଭୋଗିଥିଲେ । ତେବେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହୃଦୟଜନିତ ସମାସ୍ୟା ରହିଥିବାରୁ ତାଙ୍କୁ ବୁର୍ଲା ଭିମସାରକୁ ଅଣାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିଜେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟାବସ୍ତା ବୁଝିବା ପରେ ବୁର୍ଲା ଭିମସାର ହସପିଟାଲକୁ ନିଆଯିବା ବ୍ୟବସ୍ଥାରେ ସହଯୋଗ କରିଥିଲେ। ଏହା ସହିତ ବୁର୍ଲାରେ କିଛି କର୍ମୀ ତଥା ବାଲା ମାଝୀଙ୍କ ସହଯୋଗ ପ୍ରଦାନ ତଥା ଭିମସାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ତାଙ୍କୁ ଭିମସାରର ମେଡ଼ିସିନ ବିଭାଗ ତଥା ହୃଦୟରୋଗ ବିଭାଗ ଡ଼ାକ୍ତରଙ୍କ ଅଧିନରେ ଚିକିତ୍ସା •ଲିଛି। ଏହାପରେ ଆଶୁଚିକିତ୍ସା ବିଭାଗର ଡାକ୍ତରଙ୍କ ସହଯୋଗ କ୍ରମେ ଶ୍ରୀ ପ୍ରଧାନଙ୍କୁ ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବୁର୍ଲା ଭିମସାରର ହୃଦୟରୋଗ ବିଭାଗର ଶଯ୍ୟା ନ ଥିବା କାରଣରୁ ତାଙ୍କୁ ଏଚଡ଼ିୟୁ ବା ହାଇ ଡ଼ିଫେନସିଭ୍ ୟୁନିଟରେ ରଖାଯାଇ ଚିକିତ୍ସା ବ୍ୟବସ୍ତା ଏକ ଡ଼ାକ୍ତରୀ ଦଳ ଦ୍ୱାରା କରାଯାଉଛି। ଏପରିକି ଗତବର୍ଷ ଅଗଷ୍ଟ ମାସ ୯ ତାରିଖରେ କ୍ରାନ୍ତିଦୀବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ସେପଟେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟଙ୍କୁ ହାଇ ଡ଼ିଫେନସିଭ ୟୁନିଟରେ ରଖାଯାଇଥିବା ବେଳେ ମେଡ଼ିସିନ ବିଭାଗର ପ୍ରଫେସର ବୁଟୁକେଶ୍ୱର ପ୍ରଧାନଙ୍କ ଅଧିନରେ ରଖାଯାଇ ଚିକିତ୍ସା ବ୍ୟବସ୍ତା •ଲିଛି।
Popular Categories



