www.samajalive.in
Sunday, December 7, 2025
14.1 C
Bhubaneswar

କେଉଁ ସମୟରେ ଖାଇବେ ଏହି ଖାଦ୍ୟ

ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରର ଅନେକ ଆବଶ୍ୟକତା ପୂରଣ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରର ଆବଶ୍ୟକତା ପୂରଣ କରିଥାଏ। ତେବେ କିଛି ଖାଦ୍ୟ ଖାଇବାର ସଠିକ ସମୟ ରହିଛି। ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ….
ରାତି ସମୟରେ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀର ପାଇଁ ବେଶ ଲାଭଦାୟକ ହେବା ସହ ଆରାମ ଅନୁଭବ ହୋଇଥାଏ। ମାତ୍ର ଦିନରେ ଅଧିକ ପରିଶ୍ରମ ଓ ସଠିକ ସମୟରେ ବ୍ୟାୟାମ କରୁଥିଲେ ହିଁ କ୍ଷୀର ପିଇବା ଉଚିତ।
ଦିନ ସମୟରେ ଦହିର ସେବନ କରିବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ।
ଖରାବେଳେ କଦଳୀ ଖାଇବା ଉତ୍ତମ ବୋଲି କୁହାଯାଏ।
ଖରାବେଳେ ଡାଲି ଓ ବିନ୍ସ ଖାଇବା ଉତ୍ତମ ।
ମାଂସରେ ପ୍ରୋଟିନର ମାତ୍ରା ଅଧିକ। ତେଣୁ ରାତି ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଖୁବ କମ ପରିମାଣରେ ମାସକୁ ୨ ଥର ଖାଇ ପାରିବେ।
ଦିନ ଭୋଜନରେ ଭାତ ଖାଇବା ସର୍ବୋତ୍ତମ।
ସକାଳ ସମୟରେ ସେଓ ଖାଇବା ଖୁବ ଲାଭଦାୟକ । ମାତ୍ର ରାତି ସମୟରେ ସେଓ ଖାଇବା ଦ୍ୱାରା ପେଟ ଜନିତ କିଛି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ।
ସକାଳେ କିମ୍ବା ଦିନ ସମୟରେ ପନିର ଖାଇବା ଲାଭଦାୟକ ବୋଲି କୁହାଯାଏ।
ସକାଳେ ଖାଲି ପେଟରେ କିୱି ଖାଇବା ସର୍ବୋତ୍ତମ। ଏହା ଶରୀରରୁ ଅନାବଶ୍ୟକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
ଆଳୁରେ କାବ୍ରୋହାଇଡ୍ରେଟ ଅଧିକ ମାତ୍ରାରେ ରହିଛି। ତେଣୁ ରାତିରେ ଏହାକୁ ଖାଇବା ଦ୍ୱାରା ନିଦରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।
ସକାଳ ସମୟରେ ଖାଲି ପେଟରେ କମଳା ଜୁସ ପିଇବା ଉଚିତ ନୁହେଁ। ଏହା ଗ୍ୟାସ ଜନିତ ସମସ୍ୟା ସୃଷ୍ଟି କରିଥାଏ।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories