www.samajalive.in
Saturday, December 6, 2025
17.1 C
Bhubaneswar

‘ସେଲ୍ୟୁଟ୍‍’ ପାଇଁ ପ୍ରସ୍ତୁତି ଆରମ୍ଭ

ମୁମ୍ବଇ : ବଲିଉଡ଼୍‍ ବାଦ୍‍ଶାହ ଶାହାରୁଖ୍‍ ଖାନ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିରୋ’ ପରେ ଅନ୍ୟ ଏକ ଚଳଚ୍ଚିତ୍ର ‘ସେଲ୍ୟୁଟ୍‍’ ରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନା ଅନୁଯାୟୀ, ଏହା ଆସନ୍ତା ବର୍ଷ ଅର୍ଥାତ୍‍ ୨୦୧୯ ରେ ମୁକ୍ତିଲାଭ କରିବ। ‘ସେଲ୍ୟୁଟ୍‍’ ଚଳଚ୍ଚିତ୍ର ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଜୀବନ କାହାଣୀ ଉପରେ ଅଧାରିତ। ଏହା ସିଦ୍ଧାର୍ଥ ରାୟ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହାରୁଖ୍‍ ପ୍ରଥମ ଥର ପାଇଁ ବାୟୋପିକ୍‍ ଫିଲ୍ମରେ କାମ କରିବାକୁ ଯାଉଛନ୍ତି।
ଖବର ଅନୁସାରେ, ଚଳଚ୍ଚିତ୍ର ‘ଜିରୋ’ ର ନିର୍ମାଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଚଳିତ ବର୍ଷ ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories