ଶାନ୍ତିଦୂତ ଆୱେସ ଶେଖ୍‌ଙ୍କ ପରଲୋକ

0

ଷ୍ଟକହୋମ : ପ୍ରଖ୍ୟାତ ମାନବାଧିକାର କର୍ମୀ ତଥା ବହୁଚର୍ଚ୍ଚିତ ସରବଜିତ ସିଂଙ୍କ ପାକିସ୍ତାନୀ ଓକିଲ ଆୱେସ ଶେଖ୍‌ଙ୍କ ସୁଇଡେନର ଷ୍ଟକହୋମଠାରେ ସୋମବାର ପରଲୋକ ହୋଇଯାଇଛି । ଉଲ୍ଳେଖ ଯେ ସରବଜିତ ସିଂଙ୍କ ମାମଲା ଲଢିବା ଯୋଗୁଁ ପାକିସ୍ତାନର କଠୋରପନ୍ଥୀଙ୍କ ମରଣାନ୍ତକ ଆକ୍ରମଣର ଶିକାର ହେବା ପରେ ସେ ସୁଇଡେନ୍‌ରେ ରାଜନୈତିକ ଶରଣ ନେଇଥିଲେ । ତାଙ୍କ ଦ୍ୱାରା ଲିଖିତ ‘ସରବଜିତ ସିଂ ଏକ ମିସ୍‌ଟେକେନ୍‌ ଆଇଡେନ୍‌ଟିଟ’ ଓ ‘ଜର୍ଣ୍ଣି ଟୁ ଦ ଲ୍ୟାଣ୍ଡ ଅଫ୍‌ ପିସ୍‌’ ଶୀର୍ଷକ ପୁୁସ୍ତକ ଆନ୍ତର୍ଜାତିକସ୍ତରରେ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା । ତାଙ୍କ ପୁସ୍ତକ ଆଧାରରେ ହିନ୍ଦ ଚଳଚ୍ଚିତ୍ର ‘ସରବଜିତ’ ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ର ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ଲୋକପ୍ରିୟତା ଲାଭ କରିଥିଲା । ଆୱେସ ଶେଖ୍‌ଙ୍କ ପୁଅ ଫେସ୍‌ବୁକ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି । ସରବଜିତ ସିଂଙ୍କ ଭଉଣୀ ଦଲଜିତ କୌରଙ୍କୁ ଆଇନଗତ ଲଢେଇରେ ସେ ନିଜ ପାରୁପର୍ଯ୍ୟନ୍ତ ସାହଯ୍ୟ କରିଥିଲେ । ପାକିସ୍ତାନ କଠୋରପନ୍ଥୀଙ୍କ ଚାପ ଓ ବାଧାବିଘ୍ନ ସତ୍ତ୍ୱେ ସରବିଜତଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଙ୍କ ପରିବାର ସହ ରହିଥିଲେ । ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଦୂତର ଭୂମିକା ନିର୍ବାହ କରିଥିବା ଆୱେସ ଶେଖ୍‌ଙ୍କ ମୃତ୍ୟୁରେ ଦକ୍ଷିଣ ଏସିଆ ରାଷ୍ଟ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply