ନିଶାସକ୍ତ ଅବସ୍ଥାରେ ଧରା ପଡିବା ପରେ ନିଜ ମଟର ସାଇକେଲ୍‌ ଜାଳି ଦେଲେ ପୁଲିସ କର୍ମୀ

0

ବିଶାଖାପାଟଣା . – ନିଶାସକ୍ତ ଅବସ୍ଥାରେ ଧରିପଡିବା ପରେ ଜଣେ ପୁଲିସକର୍ମୀ ନିଜ ମଟର ସାଇକେଲକୁ ପୋଡି ଦେଇଛନ୍ତି । ଏହାପରେ ପୁଲିସକର୍ମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି।  ବିଶାଖାପାଟଣାରେ ଟ୍ରାଫିକପୁଲିସ ପକ୍ଷରୁ ବିଭିନ୍ନ ଗାଡି ମଟର ଯାଞ୍ଚ କରାଯାଉଥିଲା । ଶିବ ସତ୍ୟନାରାୟଣ ନାମକ ପୁଲିସ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ମଟରସାଇକେଲ ଚଳାଉଥିବା ବେଳେ ଧରାପଡିଥିଲେ । ଏହାପରେ ତାଙ୍କର ମଟରସାଇକେଲକୁ ଜବତ କରାଯାଇଥିଲା ।

ଜରିମାନା ଆଦାୟ କରାଯାଇ ତାଙ୍କର ମଟରସାଇକେଲ ଫେରାଯାଇଥିଲା। ମାତ୍ର ସେହି ସମୟରେ ସେ ମଟରସାଇକେଲକୁ ଜାଳି ଦେଇଥିଲେ। ଅନ୍ୟ ପୁଲିସ କର୍ମୀମାନେ ନିଆଁକୁ ଲିଭାଇ ଦେଇଛିଲେ । ତାଙ୍କନାମରେ ପୁଣି ମାମଲା ରୁଜୁ କରାଯାଇଛି । ନିଆଁ ଲଗାଇ ସେ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ଅଭିଯୋଗରେ  ଭାରତୀୟ ପିଙ୍ଗଳଧାରା ୨୮୫ ଓ ୪୩୬ରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

Leave A Reply