www.samajalive.in
Sunday, December 7, 2025
23.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟରେ ଓଡ଼ିଆ ପାଠଚକ୍ର

ଗଞ୍ଜାମ: ସ୍ଥାନୀୟ ଗଞ୍ଜାମ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ମହାହାବିଦ୍ୟାଳୟର ପ୍ରେକ୍ଷାଳୟରେ ରାଧାନାଥ ଙ୍କ “ପ୍ରକୃତି ପ୍ରୀତି” ଶୀର୍ଷକ ଆଧାରିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୁପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଓ ମୁଖ୍ୟବକ୍ତା ରୂପେ କବିବର ରାଧାନାଥଙ୍କ ଜନ୍ମ ମାଟିରେ ଜନ୍ମିତ ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଟଳ ବିହାରୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ବସନ୍ତ କୁମାର ଦାଶ ଯୋଗଦେଇଥିଲେ।ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଭାଗିରଥି ପଲାଇ ପାଠ୍ୟଚକ୍ରକୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବାଇରୀ ଦେବୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।ସାହିତ୍ୟନୁରାଗି ଅଧ୍ୟକ୍ଷ ଡ଼ଃ.ନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ବ୍ୟକ୍ତି ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଓଡ଼ିଆ ଭାଷାର ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇ କ୍ୟୁ ଏସି କୋଡ଼ିନେଟର ଡ଼ଃ.ସ୍ମରଣୀକା ହୋତା ଅନ୍ୟତମ ଅତିଥି ଭାବେ ଯୋଗଦେଇ ୱାର୍ଡସୱାର୍ଥ ଓ କିଡ୍ସ ଙ୍କ ପ୍ରକୃତି ପ୍ରୀତିର ପ୍ରଭାବ ରାଧାନାଥଙ୍କ ସାହିତ୍ୟରେ ପ୍ରତିଫଳିତ ବୋଲି ପାଠ୍ୟଚକ୍ରରେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ବର୍ଷ କଳା ଛାତ୍ରୀ ଅମିତା ଗୌଡ଼ ପ୍ରବନ୍ଧ ପାଠ କରିଥିଲେ।ଡ଼ଃ.ପିତାମ୍ବର ବେହେରା ଧାନ୍ୟବାଦ ଦେବା ସହ ସମ୍ୟକ ଭାବେ ପ୍ରକୃତି ପ୍ରୀତି ସମ୍ପର୍କୀୟ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଡ଼ଃ.ଦାଶ ପ୍ରକୃତି ପ୍ରୀତିର ସୂଚନା ରାଧାନାଥଙ୍କ ବାଲ୍ୟ ଜୀବନୀରେ ପରିଲକ୍ଷିତ ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଆ ସମ୍ମାନ ର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories