ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ମହୀଶୂର ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଆଜି ସ୍ଥାନୀୟ ଇଡି କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତ ପ୍ରମାଣ ଓ ନଥିପତ୍ର ଦାଖଲ କରିବାକୁ ପାର୍ବତୀଙ୍କୁ ପତ୍ର ଜରିଆରେ ନିର୍ଦେଶ ଦିଆଯାଇଛି। ଇଡିର ଅତିରିକ୍ତ ନିର୍ଦେଶକ ମୁରଲୀକାନନ ଏହି ମାମଲାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ ତରଫରୁ ମହୀଶୂର ତାଲୁକର କସାବା ଗ୍ରାମରେ ପାର୍ବତୀଙ୍କୁ ୩.୧୬ ଏକର ଜମି ଶସ୍ତାରେ ବିକ୍ରି କରାଯାଇଥିଲା। ଏହି ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପାର୍ବତୀ କେତେକ ଜମି ସରକାରଙ୍କୁ ଫେରାଇ ଦେଇଥିଲେ। ତେବେ ଏହି ଦୁର୍ନୀତିକୁ ନେଇ ଲୋକାୟୁକ୍ତ, ସିବିଆଇ ଓ ଇଡି ପକ୍ଷରୁ ପୃଥକ ତଦନ୍ତ କରାଯାଉଛି। ଅପରପକ୍ଷରେ ଲୋକାୟୁକ୍ତଙ୍କ ତରଫରୁ ସୋମବାର କର୍ଣ୍ଣାଟକ ହାଇକୋର୍ଟର ଧରୱାର୍ଡ ବେଞ୍ଚ୍ରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରାଯାଇଛି।
Popular Categories



