www.samajalive.in
Saturday, December 6, 2025
15.1 C
Bhubaneswar

ତାମିଲନାଡୁରେ ଆଦିବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ଦାଦନ ଖଟିବାକୁ ତାମିଲନାଡୁର କୋୟମ୍ବାଟୁର ଯାଇଥିବା ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଚଲଣା ପାହାଡ଼ ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଚଲଣା ପାହାଡ଼ ଗ୍ରାମର ସନ୍ତୋଷ ଜାନୀ ଏବଂ ତାଙ୍କ ବୟସ ୨୮ବର୍ଷ ବୋଲି ଜଣାପଡିଛି। ସନ୍ତୋଷ କିଛି ଯୁବକଙ୍କ ସହିତ ଦାଦନ ଖଟିବାକୁ କୋୟାମ୍ବଟୁର ଯାଇ ସୋନାଲ ମେଟାଲ କମ୍ପାନୀରେ କାମ କରୁଥିଲେ। ମାସକ ତଳେ ସେ ଗ୍ରାମକୁ ଆସି ଗତ ୬ ତାରିଖରେ ପୁଣି ଫେରିଥିଲେ।  ସେହି କମ୍ପାନୀରେ କାମ ନ ମିଳିବାରୁ  ଅନ୍ୟ କମ୍ପାନୀରେ କାମ ଖୋଜୁଥିବା ବେଳେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସହିତ ନିଜ ସାଙ୍ଗ ପାଖରେ ରହୁଥିଲେ। ତେବେ ଗତ ୯ ତାରିଖରେ ତାଙ୍କୁ ପୁଣି ପ୍ରବଳ ଜ୍ବର ହେବାରୁ ତୁରନ୍ତ ସାଙ୍ଗମାନେ ତାଙ୍କୁ ନିକଟ ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ତେବେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସରକାରୀ ଡାକ୍ତରଖାନାକୁ ୧୩ ତାରିଖରେ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ହେଲେ ୧୭ ତାରିଖ ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ପରିବାର ଗରିବ ଅତି ଗରିବ  ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories