www.samajalive.in
Friday, December 5, 2025
20.1 C
Bhubaneswar

ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର । ୯ଟା ୫୧ ମିନିଟରେ ହିଁ ଖୋଲିଛି ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ସହିତ ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଟ୍ରେଜେରୀରୁ ଚାବି ନେଇ ପହଞ୍ଚିଥିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଅତ୍ୟାଧୁନିକ ସରଞ୍ଜାମ ସହିତ ଓଡ଼୍ରାଫ ଟିମ୍‍ ଏବଂ ସ୍ନେକ୍‍ ହେଲପଲାଇନର ସଦସ୍ୟ ଭିତରକୁ ଯାଇଛନ୍ତି । ସମସ୍ତ କାର୍ଯ୍ୟ ଏସଓପି ଅନୁସାରେ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଭିତର ରତ୍ନଭଣ୍ଡାର ଖୋଲିବା ପରେ କେତେ ରତ୍ନ ଅଛି ତାହା ତଦାରଖ କରାଯିବ । ସ୍ଥିତି ଦେଖି ନିଷତ୍ତି ନିଆଯିବ । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପାଇଁ ଆଶା କରାଯାଉଛି ବୋଲି ଜଷ୍ଟିସ୍‍ ରଥ କହିଛନ୍ତି । ଏସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଉଛି । ସେପଟେ ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ସକାଳ ୮ଟାରୁ ବନ୍ଦ ରଖାଯାଇଛି । କେବଳ ସିଂହ ଦ୍ୱାର ଦେଇ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି, ଅନ୍ୟ ତିନି ଦ୍ୱାର ବନ୍ଦ ରହିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories