www.samajalive.in
Saturday, December 6, 2025
17.1 C
Bhubaneswar

ବେକାର ଯୁବକଙ୍କୁ ମିଳିବ ମାସିକ ୬ରୁ ୧୦ହଜାର ଟଙ୍କା ଭତ୍ତା

ମୁମ୍ବଇ : ମହାରାଷ୍ଟ୍ରରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ବ ରାଜ୍ୟର ମହାୟୁତି ସରକାର ବୁଧବାର ଯୁବକମାନଙ୍କ ପାଇଁ ‘ଲାଡଲା ଭାଇ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ଶିକ୍ଷିତ ବେକାର ଯୁବକଙ୍କୁ ମାସିକ ୬ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳିବ। ଯୋଜନା ଅନୁଯାୟୀ ଯେଉଁ ଯୁବକମାନେ ଦ୍ବାଦଶ ଶ୍ରେଣୀ ପାସ୍ କରି କୌଣସି କର୍ମ ନିଯୁକ୍ତି ପାଇ ନଥିବେ ସେମାନଙ୍କୁ ମାସିକ ୬ହଜାର ଟଙ୍କା ଭତ୍ତା ଦିଆଯିବ। ସେହିପରି ଡିପ୍ଲୋମା ପାସ୍ କରିଥିବା ଯୁବକଙ୍କୁ ୮ହଜାର ଓ ସ୍ନାତକ ଡିଗ୍ରୀ ହାସଲ କରିଥିବା ଯୁବକଙ୍କୁ ୧୦ହଜାର ଟଙ୍କା ଲେଖାଏଁ ମାସିକ ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର ଭଉଣୀମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ମଝି ଲଡକି ବହନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୦ବର୍ଷର ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories