www.samajalive.in
Saturday, December 6, 2025
26.1 C
Bhubaneswar

ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଶ୍ରୀହନୁମାନ

ଆଠଗଡ଼: ଆଠଗଡ଼ରେ ଚାଲିଆସିଥିବା ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ସୁବର୍ଣ୍ଣ ଅଳଙ୍କାରମଣ୍ଡିତ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଶ୍ରୀ ହନୁମାନ ଜୀଉ ଦର୍ଶନ କରିଥିଲେ। ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରରୁ ଶ୍ରୀ ହନୁମାନ ଜୀଉଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବାଜା, ବାଣ, ଘଣ୍ଟ, ଘଣ୍ଟା, ସଂକୀର୍ତ୍ତନ ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ରଥ ନିକଟକୁ ଅଣାଯାଇଥିଲା। ସେଠାରେ ରଥାରୁଢ ଶ୍ରୀ ଜଗନ୍ନାଥଙ୍କୁ ହନୁମାନ ଜୀଉଙ୍କ ଦର୍ଶନ କରାଇବା ସହିତ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଚାନ୍ଦବାଲି ଛକ ହନୁମାନ ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ନିରଞ୍ଜନ ରଥ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ବିମାନରୂଢ ହନୁମାନଙ୍କ ବିମାନକୁ କାନ୍ଧେଇ ରଥ ନିକଟକୁ ଆସିବା ପରେ ଶ୍ରୀ ହନୁମାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ  ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସମେତ ଅନ୍ୟ ଅଧିକାରୀ ରଥ ନିକଟରେ ଉପସ୍ଥିତ ରହି ହନୁମାନ ଜୀଉଙ୍କ ବିମାନକୁ ପାଛୋଟି ନେଇଥିଲେ। ରଥ ନିକଟରେ ଉପସ୍ଥିତ ଥିବା ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଭଗବାନଙ୍କର ଏହି ଅପୂର୍ବ ମିଳନ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories