www.samajalive.in
Friday, December 5, 2025
20.1 C
Bhubaneswar

ଆଇଜିଙ୍କ ସହ ୮ ପୁଲିସଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚଣ୍ଡିଗଡ଼: ହିମାଚଳ ପ୍ରଦେଶ ପୁଲିସର ଜଣେ ଆଇଜି ପାହ୍ୟା ଅଧିକାରୀଙ୍କ ସମେତ ୮ପୁଲିସ କର୍ମଚାରୀଙ୍କୁ ଏକ ହାଜତ ମୃତ୍ୟୁ ଘଟଣାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ଶିମଳା ନିକଟ କୋଟଖାଇଠାରେ ଘଟିଥିବା ବହୁଚର୍ଚ୍ଚିତ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା ସୂରଜ ସିଂହର ପୁଲିସ ହାଜତରେ ମୃତ୍ୟୁ ଘଟିଥିଲା।

ଏହି ମାମଲାର ତଥ୍ୟ ପ୍ରମାଣ ନଷ୍ଟ ସହ ନକଲି ତଥ୍ୟ ପ୍ରମାଣ ଦାଖଲ ଘଟଣାରେ ଆଇଜି ଜହୁର ହାଇଦର ଜାଇଦି ଓ ଅନ୍ୟ ୭ ପୁଲିସ କର୍ମଚାରୀ ସ୍ବତନ୍ତ୍ର ସିବିଆଇ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଦୋଷୀଙ୍କ ମଧ୍ୟରେ ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ ଓ କନ୍‌ଷ୍ଟେବଳ ଅଛନ୍ତି। ଶିମଳା ଏସ୍‌ପି ଡି.ୱାଇ ନେଗି ଏହି ମାମଲାରେ ଦୋଷମୁକ୍ତ ହୋଇଛନ୍ତି।

- Advertisement -

ସିବିଆଇ ବିଚାରପତି ଅଳକା ମାଲିକ ମୃତ ସୂରଜର ପରିବାରକୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଜାନୁଆରୀ ୧୮ରେ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ସୋମବାର ଦଣ୍ଡାଦେଶ ହୋଇଛି। ୨୦୧୭ ଜୁଲାଇ ୪ରେ ସମ୍ପୃକ୍ତ ଛାତ୍ରୀ ସ୍କୁଲରୁ ଫେରିବାବେଳେ ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଡାକ୍ତରୀ ମାଇନାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲା।

ଏହି ଘଟଣା​ରେ ଜନଆକ୍ରୋଶ ତୀବ୍ର ହୋଇଥିଲା। ପୁଲିସ ଜୁଲାଇ ୧୩ରେ ବିନା ତଥ୍ୟ ପ୍ରମାଣରେ ୬ଜଣଙ୍କୁ ଗିରଫ ରଖି ହାଜତରେ ପ୍ରବଳ ନିର୍ଯାତନା ଦେଇଥିଲା। ଏଥିରେ ଜୁଲାଇ ୧୮ରେ ସୂରଜର ମୃତ୍ୟୁ ହୋଇଥିଲା। ହିମାଚଳ ପ୍ରଦେଶ ହାଇକୋର୍ଟ ବଳାତ୍କାର ଓ ହତ୍ୟା ମାମଲା ସହ ସୂରଜ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ।

ପରେ ସିବିଆଇ ଅସଲ ଅଭିଯୁକ୍ତ ନିଲୁକୁ ଗିରଫ କରିଥିଲା। ସୂରଜ ସମେତ ଅନ୍ୟ ୬ଜଣ ନିରୀହ ଥିବା ଜଣାପଡ଼ିଥିଲା ଓ ସେମାନଙ୍କୁ ମିଛରେ ଫସାଇ ଦିଆଯାଇଥିବା ସ୍ପଷ୍ଟ ହେବା ପରେ ୨୦୧୯ରେ ସୁପ୍ରିମକୋର୍ଟ ଏହି ମାମଲାକୁ ଶିମଳାରୁ ଚଣ୍ଡିଗଡ଼ ସିବିଆଇ ଅଦାଲତକୁ ସ୍ଥାନାନ୍ତର ନିର୍ଦେଶ ଦେଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories