www.samajalive.in
Friday, December 5, 2025
26.1 C
Bhubaneswar

ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍‌: ବାରବାଟୀରେ ପିଚ୍ ପରିଦର୍ଶନ କଲେ ବିସିସିଆଇ କ୍ୟୁରେଟର

କଟକ : ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପାଇଁ ବିସିସିଆଇର ମୁଖ୍ୟ କ୍ୟୁରେଟର ଆଶିଷ ଭୌମିକ ସୋମବାର ବାରବାଟୀ ଷ୍ଟାଡିୟମ୍‌ ଆସି ପିଚ୍‌ ପଡ଼ିଆ ପରିଦର୍ଶନ କରିଥିଲେ। ମ୍ୟାଚ୍‌‌ରେ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଭୌମିକ କହିଛନ୍ତି। ଆଉଟଫିଲ୍‌ଡରେ କାକରର ପ୍ରଭାବ ହ୍ରାସ ପାଇଁ ରାସୟନିକ ସ୍ପ୍ରେ କରାଯିବ। ଫଳରେ ବଲ୍‌‌ ଓଦା ହେବ ନାହିଁ କି ଖେଳାଳିଙ୍କ ଗୋଡ଼ ଖସିବ ନାହିଁ। ଏହାଛଡ଼ା ମୁମ୍ବଇରୁ ନାଲି ମାଟି ଆଣି ଏକ ପିଚ୍‌‌ ପ୍ରସ୍ତୁତ ହୋଇଛି। କଳାହାଣ୍ଡିର କଳାମାଟି ବ୍ୟବହାର କରାଯାଉ ଆଉ ଏକ ପିଚ୍‌‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ବାରବାଟୀ ଷ୍ଟାଡିୟମରେ ପ୍ରାୟତଃ କାକରର ପ୍ରଭାବ ଦେଖିବାକୁ ମିଳେ। ଫେବୃଆରୀ ୨ୟ ସପ୍ତାହରେ ମ୍ୟାଚ୍‌‌ ରହିଛି। ତେଣୁ କାକର ପ୍ରଭାବ କମାଇବା ଦିଗରେ ବିଶେଷ ଦୃଷ୍ଟି ଦିଆଯାଇଛି। ଆଉଟଫିଲ୍‌ଡ ଦ୍ରୁତ ରହିବ ବୋଲି କୁହାଯାଇଛି। ଭୌମିକ ଷ୍ଟାଡିୟମ ଅନୁଧ୍ୟାନ କରିବା ବେଳେ ଓସିଏର କ୍ୟୁରେଟର ଅଞ୍ଜନ କୁମାର ଖୁଣ୍ଟିଆ ଓ ମୁଖ୍ୟ ପରିଚାଳକ ଶୁଭାଶିଷ ବେହେରା ଉପସ୍ଥିତ ଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories