ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ କେବଳ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁନାହିଁ, ବରଂ ମହାକାଶରେ ଅବସ୍ଥାନ କରୁଥିବା ମହାକାଶଚାରୀମାନେ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି। ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ଅବସ୍ଥାନ କରୁଥିବା ମହାକାଶଚାରୀ ଡନ୍ ପେଟିଟ୍ ବିଶ୍ବର ଏହି ବିଶାଳ ଧାର୍ମିକ ସମାବେଶର ଫଟୋ ଉତ୍ତୋଳନ କରିଛନ୍ତି। ରାତିରେ ଉତ୍ତୋଳନ କରାଯାଇଥିବା ଏହି ଫଟୋରେ ମହାକୁମ୍ଭ ସ୍ଥଳ ଆଲୋକମାଳାରେ ଝଲସୁ ଥିବା ଲକ୍ଷ୍ୟ କରାଯାଇଛି। ଏହି ଫଟୋକୁ ନେଇ ଇଣ୍ଟରନେଟ ଉପଭୋକ୍ତାମାନେ ଖୁସିରେ ବିଭୋର ହୋଇପଡିଥିବାବେଳେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।
Popular Categories



