www.samajalive.in
Saturday, December 6, 2025
23.1 C
Bhubaneswar

ଅଷ୍ଟ୍ରେଲିଆର ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ: ବିଗ୍ ବାସ୍ ଲିଗ୍‌ରେ ହୋବାର୍ଟ ହରିକେନ୍‌ସ ଚମ୍ପିଆନ୍

ହୋବାର୍ଟ: ଅଷ୍ଟ୍ରେଲିଆର ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ୍‌ରେ ହୋବାର୍ଟ ହରିକେନ୍‌ସ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ସୋମବାର ଫାଇନାଲରେ ମିଚେଲ ଓୱେନ୍‌ଙ୍କ ବିସ୍ଫୋରକ ଶତକ ବଳରେ ସିଡ୍‌ନୀ ଥଣ୍ଡରକୁ ୭ ୱିକେଟ୍‌ରେ ହୋବାର୍ଟ ହରିକେନ୍‌ସ ପରାସ୍ତକରି ପ୍ରଥମଥର ଚମ୍ପିଆନ୍ ହୋଇଛି। ଓପ୍‌ନରଙ୍କ ସଫଳତା ବଳରେ ପ୍ରଥମେ ବ୍ୟାଟିଂକରି ସିଡ୍‌ନୀ ଥଣ୍ଡର ୭ ୱିକେଟ୍‌ରେ ୧୮୨ ରନ୍‌ କରିଥିଲା। ପରେ ଓୱେନ୍‌ଙ୍କ ଶତକ ବଳରେ ୧୪.୧ ଓଭରରେ ୩ ୱିକେଟ୍‌ ହରାଇ ହୋବାର୍ଟ ହରିକେନ୍‌ସ ଜିତିଥିଲା।

ଟସ୍ ଜିତି ହୋବାର୍ଟ ହରିକେନ୍‌ସ ଫିଲ୍‌ଡିଂ କରିଥିଲା। ସିଡ୍‌ନୀ ଥଣ୍ଡର ଓପ୍‌ନିଂ ଯୋଡ଼ିରେ ୯୭ ରନ୍‌ କରିଥିଲା। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୩୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୮ ଏବଂ ଜେସନ ସାଙ୍ଘା ୪୨ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୬୭ ରନ୍‌ କରିଥିଲେ। ମଧ୍ୟକ୍ରମରେ ଅଲିଭର ଡେଭିସ୍ ୨୬, ସାମ୍ ବିଲିଙ୍ଗ୍‌ସ ୨୦ ଓ କ୍ରିସ୍ ଗ୍ରିନ୍ ୧୬ ରନ୍‌ କରିଥିଲେ। ରାଇଲି ମେରିଡିଥ୍ ଓ ନାଥାନ୍ ଏଲିସ୍ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୮୩ ରନ୍‌ ଲକ୍ଷ୍ୟରେ ହୋବାର୍ଟ ହରିକେନ୍‌ସର ଓପ୍‌ନର ମିଚେଲ ଓୱେନ୍‌ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ।

- Advertisement -

ମାତ୍ର ୩୯ ବଲ୍‌ରୁ ଓୱେନ୍ ଶତକ ପୂରଣ କରିଥିଲେ; ଯାହା ବିବିଏସ୍ ଇତିହାସରେ ଯୁଗ୍ମ ଦ୍ରୁତତମ ଶତକ। ଓୱେନ୍ ୪୨ ବଲ୍‌ରୁ ୧୧ଟି ଛକା ଓ ୬ଟି ଚୌକା ସହ ୧୦୮ ରନ୍‌ କରିଥିଲେ। ମାଥ୍ୟୁ ୱେଡ୍ ୧୭ ବଲ୍‌ରୁ ୩୨ ଓ ବେନ୍ ମ୍ୟାକ୍‌ଡରମଟ ୧୨ ବଲ୍‌ରୁ ୧୮ ରନ୍‌କରି ଅପରାଜିତ ଥିଲେ। ତନବୀର ସାଙ୍ଘା ୨ଟି ୱିକେଟ୍‌ ନେଇଥିଲେ। ମିଚେଲ ଓୱେନ୍‌ ପ୍ଲେୟର ଅଫ୍ ଦି ଫାଇନାଲ ହୋଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories