ଟିକିଏ ବର୍ଷାରେ ଓଭରବ୍ରିଜରେ ଜମୁଛି ପାଣି
ଗଞ୍ଜାମ: ଗଞ୍ଜାମ ସହରଠାରୁ ଅନତୀ ଦୂର ଲକ୍ଷ୍ମୀପୁର ନିକଟରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜରେ ଟିକିଏ ବର୍ଷା ହେଲେ ବର୍ଷା ପାଣି ଦୀର୍ଘ ସମୟ ଧରି ଜମି ରହୁଛି। ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଯାନବାହାନଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଭର ବ୍ରିଜରୁ ପାଣି ନିଷ୍କାସନ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ। ଯାହାଫଳରେ ପାଣି ଜମି ରହୁଛି। ମୁଖ୍ୟତଃ ଭାବେ ରାତିରେ ସେହି ରାସ୍ତାରେ ଯାତାୟତ ବେଳେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏପରିକି ବେଳେବେଳେ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
Comments are closed.