www.samajalive.in
Saturday, December 6, 2025
16.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ, ୭ ଲକ୍ଷ ଲେଖାଏ ପ୍ରୋତ୍ସାହନ ରାଶି ଘୋଷଣା କଲେ ଅଚ୍ୟୁତ ସାମନ୍ତ

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସର ପ୍ୟାରିସଠାରେ ଚଳିତବର୍ଷ ହେବାକୁ ଥିବା ଅଲିମ୍ପିକ୍ସ ମହାକୁମ୍ଭରେ କିଟ୍‌ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ଭାଗନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ କିଟ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଖେଳାଳିମାନେ ହେଲେ ଅମିତ ରୋହିଦାସ(ପୁରୁଷ ହକି), କିଶୋର କୁମାର ଜେନା (ଜାଭେଲିନ ଥ୍ରୋ’), ପାରୁଲ ଚୌଧୁରୀ(୩ ହଜାର ଓ ୫ ହଜାର ମିଟର ଷ୍ଟିପଲଚେଜ୍), ପ୍ରିୟଙ୍କା ଗୋସ୍ଵାମୀ (୨୦ କି.ମି. ରେସ୍‌ ଓ୍ବାକ୍‌ ଏବଂ ମାରାଥନ ରେସ୍‌ ଓ୍ବାକ୍‌), ଅନୁ ରାଣୀ (ଜାଭେଲିନ ଥ୍ରୋ’), ଜ୍ୟୋତି ୟାରାଜି (୧୦୦ ମିଟର ହର୍ଡଲ୍ସ), ଜାତିନ୍ଦରପାଲ ସିଂହ ଟୁର (ଶଟ୍‌ ପୁଟ୍‌), ଆଭା ଖଟୁଆ (ଶଟ୍‌ ପୁଟ୍‌), ପ୍ରାଚୀ (୪*୪୦୦ ମିଟର ରିଲେ ଟିମ୍‌),  ଅଙ୍କିତା ଧ୍ୟାନି (୫୦୦୦ ମିଟର), ପରମଜିତ ସିଂହ ବିସ୍ତ (୨୦ କି.ମି. ରେସ ଓ୍ବାକ୍‌) ଏବଂ ସୁରଜ ପନଓ୍ବାର (ମାରାଥନ ରେସ ଓ୍ବାକ୍‌ ମିକ୍ସଡ ରିଲେ ଟିମ)।

- Advertisement -

କିଟ୍‌ ପ୍ରତିଷ୍ଠାତା ପ୍ରଫେସର ସାମନ୍ତ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଲିମ୍ପିକ୍ସରେ ପଦକ ଜିତି ଅନୁଷ୍ଠାନ ସମେତ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଥିଲେ। ଏହି କ୍ରୀଡ଼ାବିତମାନେ ବର୍ତ୍ତମାନ ୟୁରୋପର ବିଭିନ୍ନ ଦେଶରେ କ୍ରୀଡ଼ା କ୍ୟାମ୍ପରେ ନିଜର ଅଭ୍ୟାସ ଜାରି ରଖିଥିବାବେଳେ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହୋଇ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।

ସାମନ୍ତ ଆହୁରି କହିଥିଲେ ଯେ, କିଟ୍‌ ଏବଂ କିସ୍‌ ଭାରତର ପ୍ରଥମ ଅନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଛାତ୍ରଛାତ୍ରୀ ଅଲିମ୍ପିକ୍ସରେ ଭାଗନେବାରେ ଗୌରବ ଅର୍ଜନ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରୁ ୨୦ ଜଣ କ୍ରୀଡ଼ାବିତ ଅଲିମ୍ପିକ୍ସରେ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଅର୍ଜୁନ ପୁରସ୍କାର ପାଇ ଗୌରବ ଆଣି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ କ୍ରୀଡ଼ା ପ୍ରଶିକ୍ଷକ ସଞ୍ଜୟ କୁମାର ଗଡ଼ନାୟକ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ଯୁଗ୍ମ ସଚିବ ବଲଜିତ ସିଂହ ସେଖୋନ, କିଟ୍‌ କୁଳପତି ପ୍ରଫେସର ସରନଜିତ ସିଂହ, ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ସାହିତ କରିଥିଲେ। ଯୁଗ୍ମ ସଚିବ ବଲଜିତ ସିଂହ ସେଖୋନ ଭିଡିଓ କନଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କ୍ରୀଡ଼ାବିତ ତଥା ରାଜ୍ୟର ପ୍ରଥମ ଅଲିମ୍ପିଆନ୍ ଅନୁରାଧା ବିଶ୍ଵାଳ, ଧାବିକା ଦୂତୀ ଚାନ୍ଦ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଧାବିକା ଶ୍ରାବଣୀ ନନ୍ଦ, ଧାବକ ଅମିୟ ମଲ୍ଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories