www.samajalive.in
Friday, December 12, 2025
15.1 C
Bhubaneswar

ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୯୪ ଲକ୍ଷ ଟଙ୍କା ସହ ୯୩ ଗ୍ରାମ ସୁନା

ରାୟଗଡା : ରାୟଗଡ଼଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଲା ପୁଳା ପୁଳା ଟଙ୍କା, ସୁନା, ରୁପା ଅଳଙ୍କାର ସହ ବିଦେଶୀ ମୁଦ୍ରା। ୫ ମାସ ପରେ ଆଜି ସକାଳୁ କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ମାଆଙ୍କ ମନ୍ଦିରର ୯ଟି ଦାନ ବକ୍ସ ଖୋଲା ଯାଇଥିଲା। ଏଥିରୁ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ମିଳିଛି। ଏହାସହ ୯୩.୧୦ ଗ୍ରାମ ସୁନା ଓ ୨ କିଲୋ ୧୭୦ଗ୍ରାମ ରୁପା ଅଳଙ୍କାର ମିଳିଛି। ଦାନ ବାକ୍ସରୁ ୫ଟି ବିଦେଶୀ ମୁଦ୍ରା ମିଳିଛି। ଏଥର ପୁରୁଣା ୫ଶହ ଟଙ୍କିଆ ୩ଟି ନୋଟ୍‌‌ ମିଳିଛି । ଦାନ ଆକାରରେ ଏହି ସବୁ ଟଙ୍କା, ସୁନା ଅଳଙ୍କାର ଭକ୍ତମାନେ ମନ୍ଦିର ହୁଣ୍ଡିରେ ପକାଇଥାନ୍ତି। ଆଜି ସକାଳ ୯ ଟାରୁ ଆରମ୍ଭ ହୋଇ ରାତି ସାଢେ ୯ଟା ରେ ଟଙ୍କା ଗଣତି ଶେଷ ହୋଇଥିଲା। ହୁଣ୍ଡି ଖୋଲିବା ପରେ ଟଙ୍କା ଗଣତି କାମ ୟୁନିଅନ୍‌‌ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ପକ୍ଷରୁ କରାଯାଇଛି। ମନ୍ଦିର ହୁଣ୍ଡିରେ ଓଡ଼ିଶା ସହ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼଼ର ଭକ୍ତମାନେ ଦାନ ଆକାରରେ ଏହି ସବୁ ଟଙ୍କା ଓ ସୁନା ଅଳଙ୍କାର ପକାଇଥାନ୍ତି।

ଏହି ଗଣତି କାର୍ଯ୍ୟରେ ରାୟଗଡ଼଼ାର ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପର ସଦସ୍ୟ, ସତ୍ୟସାୟୀ ସ୍ୱେଛାସେବୀ ସଂଗଠନ ସଦସ୍ୟଙ୍କ ସହ ବିଭିନ୍ନ ସଂସ୍ଥାର ଶତାଧିକ ମହିଳାମାନେ ଟଙ୍କା ଗଣତି କାର୍ଯ୍ୟ କରିଥିଲେ। ଟଙ୍କା ଗଣତି ବେଳେ ଏଣ୍ଡୋମେଣ୍ଟ ଇନିସପେକ୍ଟର, ମନ୍ଦିର ଟ୍ରଷ୍ଟି ସଦସ୍ୟ, ମନ୍ଦିର କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସବୁ ଟଙ୍କା ୟୁନିଆନ୍‌‌ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆରେ ଜମା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି। ଏହା ପୂର୍ବରୁ ଗତ ଜୁଲାଇ ୨୪ ତାରିଖରେ ମାଆଙ୍କ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ମିଳିଛି। ଏହାସହ ୫୩ ଗ୍ରାମ ସୁନା ଓ ୨ କିଲୋ ୩୯୨ ଗ୍ରାମ ରୁପା ଅଳଙ୍କାର ମିଳଥିଲା । ଦାନ ବାକ୍ସରୁ ୩୩ଟି ବିଦେଶୀ ମୁଦ୍ରା ମଧ୍ୟ ମିଳିଥିଲା। ତାପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ଖୋଲା ଯାଇଥିବା ମନ୍ଦିର ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ମିଳିଥିଲା। ଏହାସହ ୬୨ ଗ୍ରାମ ସୁନା ଓ ୨ କିଲୋ ୩୦୦ ଗ୍ରାମ ରୁପା ଅଳଙ୍କାର ମିଳିଥିଲା। ସେଭଳି ଗତ ୨୦୨୩ ମସିହା ସେପ୍ଟେମ୍ବର ୨୭ ତାରିଖରେ ଖୋଲା ଯାଇଥିବା ମାଆଙ୍କ ଦାନ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ମିଳିଥିଲା। ଏହାସହ ୫୩ ଗ୍ରାମ ସୁନା ଓ ଗୋଟିଏ ଲଷ୍ମୀ ମୂର୍ତି ସହ ଏକ କିଲୋ ୭୯୭ ଗ୍ରାମ ରୁପା ଅଳଙ୍କାର ବାହାରିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories