ଗୀତା ହେଉଛି ଜ୍ଞାନର ଗନ୍ତାଘର, ଜୀବନର ଆଧାର
“ଗୀତା କଥାମୃତମ୍” ଗ୍ରନ୍ଥ ଉନ୍ମୋଚିତ

ଭୁବନେଶ୍ବର: ଆଜି ସତ୍ଯବିହାର ଉନ୍ନୟନ ପରିଷଦ ସଭା ଗୃହରେ ସୁଧାକର ପାଣିଙ୍କ ରଚିତ “ଗୀତା କଥାମୃତମ୍” ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ସଭାରେ ସଭାପତିତ୍ବ କରିଥିଲେ ନାଇଜରର କୁଳସଚିବ ତଥା ଜଗନ୍ନାଥ ସସ୍କୃତି ଗବେଷକ ଡ.ଅଭୟ ନାୟକ। କାର୍ଯ୍ୟକ୍ରମରେ ଓଡିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହରିହର କାନୁନଗୋ ମୁଖ୍ଯ ଅତିଥିରୂପେ ଯୋଗଦେଇ ଶ୍ରୀମଦ୍ ଭଗବତ ଗୀତା ହେଉଛି ଦିବ୍ଯଜୀବନର ଆଧାର। ଏହାକୁ ପାଠକରି ତାର ତତ୍ତ୍ବକୁ ଜୀବନରେ ପାଳନ କଲେ ମଣିଷ ଦିବ୍ଯଜ୍ଞାନର ଅଧିକାରୀ ହୁଏ ବୋଲି କହିଥିଲେ।
ମୁଖ୍ଯବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମ୍ଭକାର ତଥା ବାଗ୍ମୀ ପ୍ରଫେସର ନିରଂଜନ ପାଢୀ କହିଲେ ଯେ ଗୀତା ହେଉଛି ଜ୍ଞାନର ଗନ୍ତାଘର ଏବଂ ସବୁ ସମସ୍ଯାର ସମାଧାନର ଉତ୍ସ। ଏହି ସଭାରେ ସମ୍ମାନୀତ ଅତିଥିରୂପେ ଯୋଗ ଦେଇଥିଲେ ସତ୍ଯବିହାର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଶ୍ରୀଯୁକ୍ତ ଚକ୍ରଧର ଦାସ।
ସଭାରେ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିଲେ ସୁଧାଂଶୁ ବିଶ୍ବାଳ ଏବଂ ପୁସ୍ତକର ସମୀକ୍ଷା କରିଥିଲେ ସୂର୍ଯ୍ଯକାନ୍ତ ସାହୁ। ନିଜ ରଚିତ ଗ୍ରନ୍ଥ ଉପରେ ସମ୍ଯକ ସୂଚନା ଦେଇଥିଲେ ଗ୍ରନ୍ଥକାର ସୁଧାକର ପାଣି ଏବଂ ଆଲୋଚନାରେ ଭାଗ ନେଇଥିଲେ ଲେଖାଲେଖୀ ପତ୍ରିକାର ସଂପାଦକ ପ୍ରତାପ କୁମାର ବେଉରା ଏବଂ ବ୍ରଦରହୁଡ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ଯଜିତ ସେନାପତି। ଅନ୍ୟମାନଙ୍କ ସରୋଜ ବିଶ୍ବାଳ, ପ୍ରକାଶିକା ପ୍ରମିନୀ ପାଢୀ, ଦିବାକର ସାହୁ, ରବୀନ୍ଦ୍ର ପଲେଇ ଏବଂ ପର୍ଶୁରାମ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରବୀନ୍ଦ୍ର ନାଥ ପାଣିଧନ୍ଯବାଦ ଅର୍ପଣ କରିଥିଲେ।
Comments are closed.