ଫୁଲବାଣୀ:କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ସଦରମହକୁମା ସ୍ଥିତ ମାଁ ସୁରାଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୫ ଉଦଯାପିତ । ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଠାରେ ଆୟୋଜିତ ମା ସୁରାଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ଜିଲାପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ମମତା ମଲିକ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ,ବିଡ଼ିଓ ଶୁଭଦତ୍ତାତ୍ରେୟ ବାହିନୀପତି, ତହସିଲଦାର ସୌମ୍ୟରଞ୍ଜନ ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ବ୍ଲକ୍ ସଂପ୍ରସାରଣ ଅଧିକାରୀ ରାଜେଶ ମୁର୍ମୁ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇ ଥିଲେ। ୮ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଫାଇନାଲ ମ୍ୟାଚଟି ଗୁଟିଙ୍ଗିଆ ସହିତ ବୁଢ଼ାଦାନି ମ୍ୟାଚ୍ ଖେଳାଯାଇଥିବା ବେଳେ ଗୁଟିଙ୍ଗିଆ ୩ – ୧ ଗୋଲରେ ବିଜୟୀ ଲାଭ କରିଥିଲା। ବିଜେତା ଓ ଉପବିଜେତା ଦଳକୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପୁରସ୍କାର ଦିଆଯାଇଥିଲା। ଖେଳ ପରିଚାଳନା ରେଫରି ଶ୍ୟାମସୁନ୍ଦର ଶାହା,ନର୍ସିବ କୁମାର ପ୍ରଧାନ, ଜଗନ୍ନାଥ କହଁର, ରତ୍ନନାଭ ଭୋଇ କରିଥିଲେ।
Popular Categories



