www.samajalive.in
Monday, December 15, 2025
24.1 C
Bhubaneswar

ଅଳ୍ପକେ ବର୍ତ୍ତିଲା କୁନିଝିଅ, ଛାତ ଉପରେ ଲୁଗା ଶୁଖାଇବାବେଳେ ଅଘଟଣ ଚାଲିଗଲା ପରିବାରର ତିନି ଜଣଙ୍କ ଜୀବନ

ସିଂହପୁର (ନି.ପ୍ର): ବିଦ୍ୟୁତ୍‍ ଆଘାତରେ ପରିବାରରେ ତିନିଜଣ ପ୍ରାଣ ହରାଇଥିବା ଭଳି ଏକ ଦୁଃଖଦ ଖବର ସମସ୍ତଙ୍କୁ ହତବାକ୍‌ କରିଛି। ଏହି ଦୁର୍ଘଟଣାରେ ସାରା ପରିବାର ପ୍ରାଣ ହରାଇଥିବାବେଳେ ଗୋଟିଏ ଝିଅ ବଞ୍ଚି ଯାଇଥିବା ଜଣାଯାଇଛି। ପ୍ରକାଶ ଯେ ବିଞ୍ଝାରପୁର ବ୍ଲକ ତଥା ବରପଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଦାପଡ଼ା ଗ୍ରାମର ବାସୁଦେବ ମଲିକ (୩୫) ହାଇଦରାବାଦ୍‍ଠାରେ ଏକ କମ୍ପାନୀରେ କାମ କରୁଥିଲେ।

ସେ ଏକ ତିନିତାଲା କୋଠାଘରର ଏକ କୋଠରୀରେ ଭଡ଼ାରେ ସ୍ତ୍ରୀ ରୀନା ମଲିକ ଓ ଦୁଇଝିଅ ଶୁଭଶ୍ରୀ (୮), ବିଶ୍ୱଶ୍ରୀ (୬)ଙ୍କୁ ନେଇ ରହୁଥିଲେ। ସେ ରହୁଥିବା ଘରଟି ଉପରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିଲା। ଗାଧୋଇ ସାରି ଲୁଗା ଶୁଖାଇବା ପାଇଁ ବାସୁଦେବ ଛାତ ଉପରକୁ ଯାଇଥିବାବେଳେ ଏହି ୧୧କେଭି କେବୁଲ ସଂସ୍ପର୍ଶରେ ଆସିଥିଲେ। ରୀନା ମଲିକ ତାଙ୍କର ସାନ ଝିଅକୁ କାଖେଇଥିବା ଅବସ୍ଥାରେ ଆସି ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଧରି ପକାଇବାକ୍ଷଣି ସେ ମଧ୍ୟ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ। ଘଟଣା ସ୍ଥଳରେ ବାସୁଦେବ ଓ ସାନଝିଅ ବିଶ୍ୱଶ୍ରୀ ପ୍ରାଣ ହରାଇଥିଲେ।

- Advertisement -

ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ରୀନାର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରୁ ବଡ଼ଝିଅ ଶୁଭଶ୍ରୀ ବଞ୍ଚି ଯାଇଛି। ଘଟଣାଟି ପ୍ରଚାରିତ ହେବା ପରେ ବିଞ୍ଝାରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories