www.samajalive.in
Monday, December 15, 2025
16.1 C
Bhubaneswar

୧୬ରୁ ୧୨ଦିନିଆ ‘ପର୍ଯ୍ୟଟନ ପର୍ବ’

ନୂଆଦିଲ୍ଲୀ : ଆସନ୍ତା ୧୬ତାରିଖରୁ ୨୭ତାରିଖ ମଧ୍ୟରେ ନୂଆଦିଲ୍ଲୀର ରାଜପଥରେ ପର୍ଯ୍ୟଟନ ପର୍ବ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପର୍ଯ୍ୟଟନ ସଚିବ ରଶ୍ମୀ ବର୍ମା କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ। ପର୍ଯ୍ୟଟନର ସୁଫଳ, ତଥା ଦେଶର ସାଂସ୍କୃତିକ ବିବିଧତାକୁ ପ୍ରତିଫଳନ କରି ତାହା ଉପରେ ଆଲୋକପାତ କରିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଇଛି।

ଶ୍ରୀମତୀ ବର୍ମା କହିଛନ୍ତି, ପର୍ଯ୍ୟଟନ ପର୍ବର ତିନୋଟି ଉପାଦାନ ହେଲା ଦେଖୋ ଅପ୍‍ନା ଦେଶ, ସମସ୍ତଙ୍କ ପାଇଁ ପର୍ଯ୍ୟଟନ ଓ ପର୍ଯ୍ୟଟନ ଏବଂ ଶାସନ। ସେ କହିଛନ୍ତି, ରାଜପଥ କଡରେ ରାଜ୍ୟଗୁଡ଼ିକର ୧୮ଟି ପ୍ୟାଭିଲିୟନ୍‍ ରହିବ ଓ ୫୪ଟି ଦୋକାନ ସହ ଫୁଡ୍‍କୋଟ୍‍ର ଆୟୋଜନ କରାଯିବ। ୧୨ଦିନ ବ୍ୟାପୀ ଏହି ପର୍ବ ପାଳନ ସମୟରେ ୩ହଜାର ୧୫୦ରୁ ଊର୍ଦ୍ଧ୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପର୍ଯ୍ୟଟନ ସଚିବ କହିଛନ୍ତି, ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତୀୟ ପର୍ଯ୍ୟଟନ ଓ ସେବା ସହ ମିଳିତ ଉଦ୍ୟୋଗରେ ତଥା ରାଜ୍ୟ ସରକାରଗୁଡ଼ିକର ସହାୟତାରେ ଆସନ୍ତା ୧୬ରୁ ୧୮ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଅଶୋକ ହୋଟେଲ୍‍ରେ ସର୍ବପ୍ରଥମ ଭାରତ ପର୍ଯ୍ୟଟନ ମାଟ୍‍ର୍ର ଆୟୋଜନ କରିବ। ପର୍ଯ୍ୟଟନ ମନ୍ତ୍ରଣାଳୟ ଏହାର ୱେବ୍‍ସାଇଟ୍‍ରେ ସମସ୍ତ ପଞ୍ଜୀକୃତ ଟୁର୍‍ ଅପରେଟ୍‍ରମାନଙ୍କ ନାମ ପ୍ରକାଶ କରିବ। କେରଳକୁ ବର୍ତ୍ତମାନ ପର୍ଯ୍ୟଟକମାନେ ଯାଇପାରିବେ ବୋଲି ସେ କହିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories